ଏବେ ସୋସିଆଲ ମିଡିଆରେ ଧମାଲ ମଚାଉଛି ଐଶ୍ୱର୍ଯ୍ୟାଙ୍କ ଡୁପ୍ଲିକେଟ, ଫଟୋ ଓ ଭିଡିଓ ହେଉଛି ଭାଇରାଲ

ସୁନ୍ଦରୀ ଆକ୍ଟ୍ରେସ୍ ମାନଙ୍କ ମଧ୍ୟରୁଐଶ୍ୱର୍ଯ୍ୟା ରାୟଙ୍କ ନାମ ଟପରେ ରହିଛି। ସୋସିଆଲ ମିଡିଆରେ ଆକ୍ଟିଭ ନ ରହିବିଐଶ୍ୱର୍ଯ୍ୟା ସବୁବେଳେ ଚର୍ଚ୍ଚାରେ ରୁହନ୍ତି ନିଜର ସୁନ୍ଦରତା ପାଇଁ। ଦୁନିଆର ସବୁଠାରୁ ସୁନ୍ଦରୀମାନଙ୍କ ମଧ୍ୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅନ୍ୟତମ । ଏଥିପାଇଁ ତାଙ୍କୁ ନୀଳନୟନାର ଆଖ୍ୟା ଦିଆଯାଇଛି। ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍ସ ଫଲୋଅର ବି ଅଧିକା । ଏବେ କିନ୍ତୁ ଏହି ଐଶ୍ୱର୍ଯ୍ୟାଙ୍କ ଫଟୋ ଓ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।
View this post on Instagram
ତେବେ ଏହା ପ୍ରକୃତ ଐଶ୍ୱର୍ଯ୍ୟା ନୁହଁନ୍ତି ବରଂ ପାକିସ୍ତାନର ଆମନା ଇମ୍ରାନ୍ । ଏବେ ଆମନା ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଆଉ ସୋସିଆଲ ମିଡିଆରେ ତାଙ୍କର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। କେହି କେହି କହୁଛନ୍ତି ଦେଖିବାକୁ ଅବିକଳ ଐଶ୍ୱର୍ଯ୍ୟାଙ୍କ ଭଳି । ପାକିସ୍ତାନରେ ରହୁଥିବା ଆମନା ନୂଆ ବର୍ଷ ଅବସରରେ, ଇନଷ୍ଟାରେ ଭିଡିଓ ଏବଂ ଫଟୋ ପୋଷ୍ଟ କରିଥିଲେ । ଯେଁଉଥିରେ ସେ ଅବିକଳଐଶ୍ୱର୍ଯ୍ୟାଙ୍କ ଭଳି ଦେଖାଯାଉଛନ୍ତି।
View this post on Instagram
ଏବେ ସେ ଇଣ୍ଟରନେଟ୍ ଜଗତରେ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି । ଅନେକ ଉପଭୋକ୍ତା ତାଙ୍କ ଫଟୋ ଏବଂ ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି । ସୂଚନା ଥାଉକି, ଆମନା ଇମ୍ରାନ ଜଣେ ପାକିସ୍ତାନୀ ବ୍ଲଗର୍ । ଆମନା ଦେଖିବାକୁ ଐଶ୍ୱର୍ଯ୍ୟା ରାୟଙ୍କ ପରି । ସେ ଐଶ୍ୱର୍ଯ୍ୟା ରାୟଙ୍କ ପରି ଦେଖାଯାଉଥିବାରୁ ଆମନା ଏବେ ଚର୍ଚ୍ଚାରେ ରହିବା ସହିତ ତାଙ୍କ ଫଟୋ ଏବଂ ଭିଡିଓ ଇଣ୍ଟରନେଟ୍ ଭାଇରାଲ ହୋଇଛି ।
View this post on Instagram