ଆକାଶଛୁଆଁ ପରିବା ଦର: ଯାହାକୁ ଛୁଇଁବ ୮୦, କଞ୍ଚାଲଙ୍କା ଆଉ ଅଦାରେ ହାତ ମାରିବାକୁ ଲାଗୁଛି ଡର

ପରିବା ମାର୍କେଟରେ ନିଆଁ । ଖାଉଟିଙ୍କୁ ଘାଇଲା କରୁଛି ମହଙ୍ଗା ମାଡ଼ । ପରିବା ରେଟ୍‌ ହୁ ହୁ ହୋଇ ବଢିଚାଲିଛି । ଯାହାକୁ ହାତ ମାରିଲେ ୭୦ ଟଙ୍କା ଉପରେ ଦାମ୍‌ । ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ଟମାଟୋ କିଲୋ ୧୨୦ ଟଙ୍କା ପାରି କରିଥିବା ବେଳେ କ୍ରମାଗତ ବଢି ଚାଲିଛି ଅନ୍ୟାନ୍ୟ ପରିବା ଦର । ସ୍ଥିତି ଏପରି ହେଲାଣି ଯେ ପରିବା କିଣିବାକୁ ଡର ଲାଗୁଛି ।

ଭୁବନେଶ୍ୱର (କେନ୍ୟୁଜ): ଚାଲିଛି ଶ୍ରାବଣ ମାସ। ଏହି ପବିତ୍ର ମାସରେ ପ୍ରାୟ ପରିବାର ଆମିଷରୁ ମୁହଁ ଫେରାଇ ନେଇଥିବା ବେଳେ, ନିରାମିଷ ଖାଦ୍ୟ ପ୍ରତି ଅଧିକ ମାତ୍ରାରେ ଆକର୍ଷିତ ହେଉଥିବା ଦେଖିବାକୁ ମିଳିଛି। ପରିବାର ଦର ଏବେ ଆକାଶଛୁଆଁ ରହିଛି। ଖାଉଟିଙ୍କୁ ଘାଇଲା କରୁଛି ମହଙ୍ଗା ମାଡ଼ । ଯାହାକୁ ହାତ ମାରିଲେ ୭୦ ଟଙ୍କା ଉପରେ ଦାମ୍‌ ।
ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ଟମାଟୋ କିଲୋ ୧୨୦ ଟଙ୍କା ପାରି କରିଥିବା ବେଳେ କ୍ରମାଗତ ବଢି ଚାଲିଛି ଅନ୍ୟାନ୍ୟ ପରିବା ଦର । ସ୍ଥିତି ଏପରି ହେଲାଣି ଯେ ପରିବା କିଣିବାକୁ ଡର ଲାଗୁଛି । ପକେଟରେ ହଜାର ଟଙ୍କା ଥିଲେ ବି ପୁରୁନି ବ୍ୟାଗ୍‌ । ରାଜ୍ୟର ବିଭିନ୍ନ ସ୍ଥାନରେ ଟମାଟୋ କିଲୋ ୧୨୦-୧୪୦ ଟଙ୍କାରେ ବିକ୍ରି ହେଉଛି । ବିନ୍‌ସ ଶହେ, ବାଇଗଣ ୮୦ ଓ କଲରା ଦାମ ରହିଛି ୮୦ ଟଙ୍କା । ସେହିପରି ପୋଟଳ, ଭେଣ୍ଡି ଓ ଜହ୍ନି କିଲୋ ୬୦ ଟଙ୍କା ରହିଛି । ଫୁଲକୋବି, କାକୁଡି ଦାମ୍‌ ବି ବଢୁଛି ।

ବଜାରରେ କଞ୍ଚାଲଙ୍କା କେଜି ୪୦୦ଟଙ୍କା ହୋଇଥିବା ବେଳେ ୩୦୦ଟଙ୍କାରେ ପହଞ୍ଚିଲାଣି ଅଦା ଦର । ଅନ୍ୟ ରାଜ୍ୟ ଉପରେ ଓଡ଼ିଶାର ପରିବା ମାର୍କେଟ୍ ନିର୍ଭର କରୁଥିବା ବେଳେ ସେସବୁ ସ୍ଥାନରୁ ଯୋଗାଣ କମିଲେ ଓଡ଼ିଶାରେ ପରିବା ଦର ବଢ଼ୁଛି । ମାର୍କେଟରେ ଅଦା ଦର ଏବେ ୩୦୦ଟଙ୍କା । ବର୍ଷ ସାରା ଅଦା ଦର ପ୍ରାୟ ୧୦୦ଟଙ୍କା ରହିଥାଏ । କେତେବେଳେ କେମିତି ଦର ୧୫୦ ଟଙ୍କା ପର୍ଯ୍ୟନ୍ତ ଯାଏ । ହେଲେ ଏଥର ୩୦୦ ଛୁଇଁଛି ଅଦା ଦର । ଏବେ ମାର୍କେଟରେ ଅନ୍ୟ ପରିବା ଦର ମଧ୍ୟ ୭୦/୮୦ରୁ ୧୦୦/ ଦେଢ଼ ଶହ ପର୍ଯ୍ୟନ୍ତ ରହିଛି । ଆହୁରି ୧୫ ଦିନ ଏମିତି ପରିବା ଦର ଆକାଶ ଛୁଆଁ ହେବ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.