ପରିବା ବଜାରରେ ଲାଗିଛି ନିଆଁ : କନ୍ଦାଉଛି ପିଆଜ

vegetables

ଭୁବନେଶ୍ବର : ରାଜ୍ୟରେ ପନିପରିବା ଦର ବଢ଼ିବାରେ ଲାଗିଛି । ବିଶେଷ କରି ସପ୍ତାହେ ହେଲା ବଢ଼ିଚାଲିଛି ପିଆଜ ଦର । ୨୦ ଟଙ୍କାରୁ ବଢି ୨୫ରେ ପହଞ୍ଚିଲାଣି । ଅନ୍ୟ ପରିବା ମଧ୍ୟରେ ଆଳୁ କିଲୋ ୧୭, ଜହ୍ନି ୪୦, ବାଇଗଣ ୪୦, ବିନ୍‌ସ ୮୦ରୁ ୯୦, କ୍ୟାପ୍‌ସିକମ୍‌ ୧୨୦, ଭେଣ୍ଡି ୫୦, କଲରା ୫୦ରୁ ୬୦, ରସୁଣ ୫୦ ଓ ଅଦା ଦର ୮୦ ଟଙ୍କା ରହିଛି।

ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । କଳାବଜାରୀ ରୋକିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହୋଲ୍‌ସେଲ୍‌ ବ୍ୟବସାୟୀ କଟକରେ ୫୦୦ କ୍ୱିଣ୍ଟାଲ ଓ ଅନ୍ୟ ସହରରେ ୩୫୦ କ୍ୱିଣ୍ଟାଲ ପିଆଜ ଗଚ୍ଛିତ ରଖିପାରିବେ । ନାସିକ୍‌ରେ ବର୍ଷା ଯୋଗୁ ଯୋଗାଣ ଠିକ୍‌ ରହୁନାହିଁ । ଆନ୍ଧ୍ରରୁ ପିଆଜ ଆସିଲେ ୧୦ରୁ ୧୫ଦିନ ମଧ୍ୟରେ ଦର କମିବ । ଓଡ଼ିଶାରେ ପରିବା ଅଭାବ ଯୋଗୁ ବାହାରୁ ଆଣୁଥିବା ବ୍ୟବସାୟୀ କହୁଛନ୍ତି। ବାହାରୁ ଯୋଗାଣ ନିୟମିତ ରହୁ ନଥିବାରୁ ଦର ବଢିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.