Below header

ହାଣ୍ଡିଶାଳରେ ଚଡକ: ଟଙ୍କା ସରୁଛି ସତ ହେଲେ ପୁରୁନି ବ୍ୟାଗ୍‌

ହୁ ହୁ ହୋଇ ବଢ଼ୁଛି ପରିବା ଦର । ପ୍ରାୟ ସବୁ ପରିବାର ଦାମ୍ ଆକାଶ ଛୁଆଁ । ଗ୍ରହକଙ୍କ ପକେଟକୁ ବାଧୁଛି ପରିବା ଦରବୃଦ୍ଧି । ଟଙ୍କା ସରୁଛି ସତ ହେଲେ ପରିବା ବ୍ୟାଗ୍‌ ପୁରୁନି । ସେଞ୍ଚୁରୀ ପାର୍‌ କଲାଣି ଟମାଟୋ ଦର ।

ଭୁବନେଶ୍ୱର (କେନ୍ୟୁଜ): ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଖାଉଟି। ହୁ ହୁ ହୋଇ ବଢ଼ିବାରେ ଲାଗିଛି ପରିବା ଦର। ଟଙ୍କା ସରୁଛି ସତ ହେଲେ ପରିବା ବ୍ୟାଗ୍‌ ପୁରୁନି । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଘରେ ଚାଉଳ ଥିଲେ ବି ସୁଷମ ଖାଦ୍ୟ ଏବେ ଅପହଞ୍ଚ। କାରଣ ତରକାରୀ ପାଇଁ ପରିବା କିଣିପାରୁନାହାନ୍ତି ଲୋକ। ବଜାରରେ ଅଧିକାଂଶ ପରିବା ଦର ଶହେ ଟଙ୍କା ଉପରେ। ଏମିତି ଉଚ୍ଚା ଦରରେ ପରିବା କିଣିବାକୁ ନେଇ ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ଚିନ୍ତାରେ ପଡ଼ିଛନ୍ତି। ସେଞ୍ଚୁରୀ ପାର୍‌ କଲାଣି ଟମାଟୋ ଦର ।

ସେହିପରି କିଛି ଦିନ ତଳେ ଯେଉଁ ପରିବା କିଲୋ ପିଛା ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ବର୍ଷା ସେହି ପରିବା ଦର ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି। ଏବେ ହାଟରେ ବିନ୍‌ସ କିଲୋ ୨୫୦ ଟଙ୍କା ରହିଛି। ସେହିପରି ଝୁଡୁଙ୍ଗ କିଲୋ ୧୦୦ରୁ ୧୨୦, କ୍ୟାପସିକମ୍ ୧୫୦, ଫୁଲ କୋବି କିଲୋ ୮୦ ଟଙ୍କା, ବାଇଗଣ କିଲୋ ୯୦ରୁ ୧୧୦, ପୋଟଳ କିଲୋ ୧୦୦, ବିଲାତି କିଲୋ ୧୦୦, ଭେଣ୍ଡି କିଲୋ ୯୦, କାଙ୍କଡ଼ କିଲୋ ୯୦, କାକୁଡ଼ି କିଲୋ ୮୦, କଲରା କିଲୋ ୧୦୦, ସଜନାଛୁଇଁ କିଲୋ ୮୦ରୁ ୧୦୦ , କଞ୍ଚା ଲଙ୍କା କିଲୋ ୨୦୦ ଟଙ୍କା ଓ ସାରୁ କିଲୋ ୫୦ ଟଙ୍କା ରହିଛି। କଞ୍ଚା କଦଳୀ ଗୋଟାକୁ ୨୦ ଟଙ୍କା। ସେହିଭଳି କଖାରୁ, ଭଣ୍ଡା, ଲାଉ ଦର ସାମାନ୍ୟ କମ୍‌ (୪୦ରୁ ୫୦ ଟଙ୍କା କିଲୋ) ରହିଛି। ଫଳରେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶ, କୋଲକାତା, ନାସିକ, ରାୟପୁରରୁ ଚଢ଼ା ଦରରେ ପରିବା କିଣା ଯାଉଥିବାରୁ ଏଠି ଦର ବଢ଼ୁଛି। ଏଥିରେ କେବଳ ଖାଉଟି ନୁହନ୍ତି, ବ୍ୟବସାୟୀମାନେ ମଧ୍ୟ କ୍ଷତି ସହୁଛନ୍ତି।

ପରିବା ଦର ବଢ଼ିଥିବାରୁ ଆମିଷ ଖାଇବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ପରିବା ବଜାରରେ ମଧ୍ୟ ଲୋକଙ୍କ ଭିଡ଼ କମ୍ ଥିବା ଦେଖିବାକୁ ମିଳିଛି । ପରିବା କମ୍ କିଣି ମାଛ, ଅଣ୍ଡା, ମାଂସ ଇତ୍ୟାଦି ଅଧିକ କିଣୁଥିବା ଦେଖିବାକୁ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.