ବର କନିଆଁ ସାଜିଲେ ରାସ୍ତାରେ ବୁଲୁଥିବା ଦୁଇ ଭିକାରୀ, ଶପଥ ନେଲେ ବଳକା ଜୀବନ କାଟିବେ ସାଥିରେ

ବୃଦ୍ଧ ଦିବ୍ୟାଙ୍ଗ ଭିକାରି ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଖବର ଏବେ ଚାରିଆଡେ ଚର୍ଚ୍ଚାରେ ରହିଛି । ସୂଚନାଯୋଗ୍ୟ, ସୁପୋଲ ନିର୍ମଳି ଅନୁମଣ୍ଡଳୀୟ ହସ୍ପିଟାଲର ମୁଖ୍ୟ ଫାଟକ ନିକଟରେ ସ୍ଥାନୀୟଲୋକେ ବୃଦ୍ଧ ଦିବ୍ୟାଙ୍ଗ ଭିକାରିଙ୍କ ବିବାହ କରାଇ ଦେଇଛନ୍ତି।

ବିହାରର ସୁପୋଲ ସହରରେ ଲୋକମାନେ ଏକ ଏମିତି ବେସାହାରା ଯୋଡିଙ୍କର ବିବାହ କରିଛନ୍ତି, ଯିଏକି ରାସ୍ତା କଡରେ ବସି ଭିକ ମାଗି ନିଜ ଜୀବିକା ମେଣ୍ଟାଉଥିଲେ । ଲୋକମାନେ ଉଭୟଙ୍କୁ ନୂଆ ପୋଷାକ ଦେଲେ ଆଉ ଦୁଇ ଜଣଙ୍କୁ ବର କନିଆଁ ବେଶରେ ସଜାଇ ବି ଦେଲେ । ଯାହାପରେ ହସ୍ପିଟାଲ ଗେଟ ପାଖରେ ସାତ ଫେରା ନେଇ, ମାଳ ପିନ୍ଧାଇ ହେଇଗଲେ ଜୀବନ ସାଥି ।

ତେବେ ସୁପୋଲରେ ବୃଦ୍ଧ ଦିବ୍ୟାଙ୍ଗ ଭିକାରି ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଖବର ଏବେ ଚାରିଆଡେ ଚର୍ଚ୍ଚାରେ ରହିଛି । ସୂଚନାଯୋଗ୍ୟ, ସୁପୋଲ ନିର୍ମଳି ଅନୁମଣ୍ଡଳୀୟ ହସ୍ପିଟାଲର ମୁଖ୍ୟ ଫାଟକ ନିକଟରେ ସ୍ଥାନୀୟଲୋକେ ବୃଦ୍ଧ ଦିବ୍ୟାଙ୍ଗ ଭିକାରିଙ୍କ ବିବାହ କରାଇ ଦେଇଛନ୍ତି। ଏହି ଦିବ୍ୟାଙ୍ଗ ବୃଦ୍ଧ ଓ ବୃଦ୍ଧା ଉଭୟ ଭିକ ମାଗି ପେଟ ପୋଷନ୍ତି।

୫୪ ବର୍ଷୀୟ ଦିବ୍ୟାଙ୍ଗ ନଥୁନି ଯାଦବ ମଧୁବନୀ ଜିଲ୍ଲାର ରାଜବଲିଗଢ଼ ଗ୍ରାମରେ ବସବାସ କରନ୍ତି। ନଥୁନି ସହରର ନିର୍ମଳିରେ ଭିକ ମାଗି ଥାଆନ୍ତି। ସେହିପରି ୫୦ବର୍ଷୀୟ ଗଙ୍ଗୀୟା ଦେବୀ ଔରଙ୍ଗାବାଦ ଜିଲ୍ଲାରେ ବସବାସ କରନ୍ତି। ଗଙ୍ଗୀୟା ବି ଭିକ ମାଗି ନିଜ ପେଟ ପୋଷି ଥାଆନ୍ତି।

ନଥୁନିଙ୍କ ଏଯାବତ ବିବାହ ହୋଇ ନଥିବା ବେଳେ ଗଙ୍ଗୀୟାଙ୍କ ବିବାହର ଦୁଇବର୍ଷ ପରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିଲା। ସେବେ ଠାରୁ ସେ ଭିକ ମାଗି ଚଳି ଆସିଛନ୍ତି। ସ୍ଥାନୀୟଲୋକେ ଗଙ୍ଗୀୟ ଓ ନଥୁନିଙ୍କ ବିବାହ କରାଇ ଦେବାକୁ ସ୍ଥିର କରିଥିଲେ। ଏ ପ୍ରସଙ୍ଗରେ ଦୁହିଁଙ୍କ ସହିତ ଆଲୋଚନା ବି କରିଥିଲେ। ଦୁହେଁ ଏ ପ୍ରସ୍ତାବରେ ରାଜି ହୋଇଯାଇଥିଲେ। ଏହାପରେ ନଥୁନି ଓ ଗଙ୍ଗୀୟଙ୍କୁ ବର ଓ ବଧୂ ଭଳି ସଜାଇ ସ୍ଥାନୀୟଲୋକେ ବିବାହ କରାଇଥିଲେ। ଏହି ବିବାହ ପରେ ବାକି ପଡ଼ିଥିବା ଜୀବନ କାଟିବାକୁ ସାଥୀ ମିଳି ଯାଇଥିବାରୁ ଖୁସି ହୋଇଯାଇଛନ୍ତି ନଥୁନି ଓ ଗଙ୍ଗୀୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.