ସାବଧାନ୍ ଅମାନିଆ! ପୁଣି ଆଜିଠାରୁ କଡାକଡି ହେବ ଯାନବାହନ ଚେକିଂ

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠାରୁ ପୁଣି କଡାକଡି ହେବ ଯାନବାହନ ଚେକିଂ । ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଆଜିଠାରୁ ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ଓ ଅପରାହ୍ନରେ ହେବ କଡାକଡି ଯାଞ୍ଚ । ଦ୍ରୁତ ଗତିରେ ଗାଡି ଚଲାଇବା, ହେଲମେଟ ପରିଧାନ ନକରିବା ଓ ଗାଡି ଚଲାଇବା ସମୟରେ ମୋବାଇଲ ଫୋନ୍ ବ୍ୟବହାର କରିବା ଓ ଟ୍ରାଫିକ ନିୟମ ଉଲଂଘନ ଆଦି ଉପରେ ନଜର ରଖିବେ ଉଭୟ ପୋଲିସ୍ ଓ ପରିବହନ ବିଭାଗ ।

ଖିଲାପିଙ୍କ ଡ୍ରାଇଭିଂ ଲାଇସେନ୍ସକୁ ୩ମାସ ପର୍ଯ୍ୟନ୍ତ ବାତିଲ କରାଯିବା ସହ ଆଦାୟ କରାଯିବ ମୋଟା ଅଙ୍କର ଜୋରିମାନା । ସକାଳ ୯ଟା ଠାରୁ ୨ଟା ଏବଂ ଅପରାହ୍ନ ୩ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଯାଞ୍ଚ କରାଯିବ । ସଡକ ଦୁର୍ଘଟଣା ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟ କମିଟି ଚିନ୍ତା ପ୍ରକଟ କରିବା ସହ ଯାଞ୍ଚକୁ କଡାକଡି କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପେକ୍ଷୀରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଯାଞ୍ଚକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.