ଇ-ଯାନ କିଣିଲେ ଗାଡ଼ି ପଞ୍ଜିକରଣ ଫି ଓ ଟିକସ ଛାଡ଼ କଲେ ରାଜ୍ୟ ସରକାର, ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର(କେନ୍ଯୁଜ୍): ଇ-ଯାନ କିଣିଲେ ଗାଡ଼ି ପଞ୍ଜିକରଣ ଫି ଓ ଟିକସ ଛାଡ଼। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଦୁଇ ଚକିଆ ଇ-ଯାନ କିଣିଲେ ୧୫% ରିହାତି ଅବା ସର୍ବାଧିକ ୫ହଜାର ଟଙ୍କା ମିଳିବ। ତିନି ଚକିଆ ଗାଡ଼ି କିଣିଲେ ମିଳିବ ୧୫% ଅବା ସର୍ବାଧିକ ୧୦ହଜାର ରିହାତି ମିଳିବ ।
ଚାରି ଚକିଆ ଗାଡ଼ି କିଣିଲେ ୧୫% ରିହାତି ମିଳିବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପିଛ୍ଲାଭାବେ ୨୦୨୧ ସେପ୍ଟେମ୍ବରରୁ ଲାଗୁ ହେବ ଏହି ନିୟମ। ୨୦୨୫ ଡିସେମ୍ବର ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରାଯିବ। ବିଦ୍ୟୁତ ଚାଳିତ ଯାନ ପ୍ରତି ଆଗ୍ରହ ବୃଦ୍ଧି କରିବା ଲକ୍ଷ୍ୟରେ ଗତବର୍ଷ ଆକ୍ଟୋବର ୨୯ ତାରିଖରେ ରାଜ୍ୟ ସରକାର ବିଦ୍ୟୁତ୍ ଚାଳିତ ଗାଡିର ପଞ୍ଜିକରଣ ଓ ସମସ୍ତ ପ୍ରକାର ମୋଟର ଯାନ ଟିକସକୁ ଛାଡ କରିଥିଲେ।