ଭିଜିଲାନ୍ସ ଜାଲରେ ବୌଦ୍ଧ କଣ୍ଟାମାଲ ବ୍ଲକ ଘଣ୍ଟାପଡ଼ାର ଜିଆରଏସ୍‌, ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ

ବୌଦ୍ଧ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଘଣ୍ଟାପଡ଼ାର ଜିଆରଏସ୍‌। ତାଙ୍କ ନାଁ ପାଣ୍ଡବ ମହଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ରିସପାଲ ରଣା ନାମକ ଜଣେ ହିତାଧିକାରୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ । ଏନେଇ ରିସପାଲ ବୌଦ୍ଧ ଭିଜିଲାନ୍ସ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏସପିଙ୍କ ନିର୍ଦ୍ଦେଶ ଅନୁସାରେ ହିତାଧିକାରୀଙ୍କଠାରୁ ଲାଞ୍ଚ ଟଙ୍କା ନେବା ବେଳେ ଧରିଥିଲା ଭିଜିଲାନ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.