ମାଲକାନଗିରି ଏମ୍‌ପିଭି ୩୩ରେ ଖାପ୍‌ ପଞ୍ଚାୟତ ପାଲଟିଲା ରଣକ୍ଷେତ୍ର, ଉନ୍ମତ୍ତ ଯୁବକର ଛୁରାମାଡ଼ରେ ୨ମୃତ ୪ଗୁରୁତର

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଏମ୍‌ପିଭି ୩୩ରେ ଖାପ୍‌ ପଞ୍ଚାୟତ ପାଲଟିଲା ରଣକ୍ଷେତ୍ର। ଉନ୍ମତ୍ତ ଯୁବକର ଛୁରାମାଡ଼ରେ ୨ ଜଣ ମୃତ୍ୟୁ। ୪ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ମେଧାବୀ ରାୟ ଓ ବିଶ୍ୱଜିତ ରାୟ। ଗୁରୁତରଙ୍କୁ ମାଲକାନଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ପରିବାରିକ କଳହର ସମାଧାନ ପାଇଁ ଗତକାଲି ବସିଥିଲା ଗାଁ ସଭା। ବିଧାନ ମିର୍ଦ୍ଧାଙ୍କର ପରକୀୟା ପ୍ରୀତି ନେଇ ଗାଁ ସଭା ବସିଥିଲା। ସେଠାରେ ଯୁକ୍ତିତର୍କ ହେବାରୁ ବିଧାନ ଉତ୍ୟକ୍ତ ହୋଇ ହଠାତ୍‌ ଛୁରୀରେ ୬ ଜଣଙ୍କୁ ଅତର୍କିତ ଭାବରେ ଆକ୍ରମଣ କରିଥିଲା। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ କାଲିମେଳା ଏବଂ ପରେ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବିଧାନ ଆକ୍ରମଣ କରିବା ପରେ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଗ୍ରାମବାସୀ ବିଧାନ ଓ ତାଙ୍କ ସ୍ତ୍ରୀଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ପରେ ଗ୍ରାମବାସୀ ବିଧାନକୁ ପୋଲିସ ଜିମାରେ ଦେଇଥିଲେ। ଗାଁରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ଅଧିକ ଫୋର୍ସ ମୁତୟନ କରିବା ସହ ତଦନ୍ତ ଚଳାଇଛି। ଘଟଣା ସ୍ଥଳରେ ପୋଲିସ ଖୋଳତାଡ କରିଛି। ଅଭିଯୁକ୍ତ ବିଧାନ ମିର୍ଦ୍ଧା ଘଟଣା ପରଠୁ ଫେରାର ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.