ଭିଜିଲାନ୍ସ ଜାଲରେ ବୋରିଗୁମା ଟିପିଏସଓଡିଏଲ ଆସିଷ୍ଟାଣ୍ଡ ଇଞ୍ଜିନିୟର, ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ

(କେନ୍ୟୁଜ): ଭିଜିଲାନ୍ସ ଜାଲରେ ବୋରିଗୁମା ଟିପିଏସଓଡିଏଲ ଆସିଷ୍ଟାଣ୍ଡ ଇଞ୍ଜିନିୟର । ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଟିପିଏସଓଡିଏଲ ଆସିଷ୍ଟାଣ୍ଡ ଇଂଜିନିୟର ପ୍ରବୀଣ ହୋତା । ଆଉଟସୋର୍ସିଙ୍ଗରେ ନିଯୁକ୍ତ ହୋଇଥିବା ହେଲପର ଠାରୁ ନେଉଥିଲେ ଲାଞ୍ଚ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ନେଇ କୋରାପୁଟ ଓ ଗଞ୍ଜାମ ଜିଲ୍ଲାର ୪ଟି ସ୍ଥାନରେ ରେଡ୍ ଚାଲିଛି ।
ଘରେ ରେଡ୍ ସମୟରେ ନଗଦ ୪ଲକ୍ଷ ୫ହଜାର ୬ଶହ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ତାଙ୍କ ନାଁରେ ଭିଜିଲାନ୍ସରେ ପୂର୍ବରୁ ଏକାଧିକ ଅଭିଯୋଗ ଥିବା ଜଣାପଡ଼ିଛି ।