ପାଠକ ବାବୁଙ୍କ ଘଟଣାରେ ଦିନ ତମାମ୍ ଭିଜିଲାନ୍ସ ବିଭାଗର ବିଭିନ୍ନ ସ୍ଥାନରେ ରେଡ଼୍, ମିଳୁଛି ସଂଘାତିକ ତଥ୍ୟ

କେନ୍ୟୁଜ୍(ବ୍ୟୁରୋ): ଆଇଏଫଏସ୍‌ ଅଭୟ ପାଠକଙ୍କ ଦୁର୍ନୀତି ପେଡ଼ିର ଖୋଲୁଛି ଗୁମର । ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ରେଡ ପରେ ନୂଆ ତଥ୍ୟ ସାମନାକୁ ଆସୁଛି । ତାସହ ପୁଅ ଆକାଶ ପାଠକଙ୍କ ସମ୍ପର୍କରେ ଭିଜିଲାନ୍ସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୂରାକ । ଆକାଶଙ୍କ ତିନିଟି ଆକାଉଣ୍ଟରେ ଡିପୋଜିଟ୍‌ ରହିଛି ୧୪ କୋଟି ୭୭ ଲକ୍ଷ ଟଙ୍କା । ଭୁବନେଶ୍ୱର ଓ ପୁନେର ତିନିଟି ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ ପରେ ଏହି ତଥ୍ୟ ମିଳିଛି । ଆକାଶଙ୍କ ଆକାଉଣ୍ଟରେ ନଗଦ ୯ କୋଟି ୪୮ ଲକ୍ଷ କ୍ୟାସ୍‌ ଡିପୋଜିଟ୍‌ ହୋଇଥିବା ବେଳେ ଟ୍ରାନ୍ସଫର ଆକାରରେ ଜମା ହୋଇଛି ୫ କୋଟି ୨୯ ଲକ୍ଷ ଟଙ୍କା ।

akash pathak 1

ସେହିପରି ଅଭୟକାନ୍ତ ଚାକିରି କରିଥିବା ସ୍ଥାନରେ ବି ଖୋଳତାଡ ପରେ ଭିଜିଲାନ୍ସ ହାତରେ ବହୁ ତଥ୍ୟ ଲାଗିଛି । ରାଇରଙ୍ଗପୁର, ସମ୍ବଲପୁର, ବଲାଙ୍ଗିର, ଅନୁଗୁଳ, ବୌଦ୍ଧ, କୋରାପୁଟ ଓ ବ୍ରହ୍ମପୁର ଆଜି ସ୍ଥାନରେ ଖୋଳତାଡ଼ ହୋଇଛି । ଏହାସହ ତିନି ଜଣ ବନ ବିଭାଗ ଅଧିକାରୀଙ୍କୁ ପଚରାଉଚରା ହୋଇଛି । ଏମାନଙ୍କ ଭିତରେ ଅଛନନ୍ତି ଜଣେ ଡିଏଫଓ ଏବଂ ଦୁଇ ଜଣ ଏସିଏଫ୍‌ । ବିମାନ ଟିକେଟ, ଚାର୍ଟର ପ୍ଲେନ୍‌ ଓ ହୋଟେଲ୍‌ ବୁକିଂ କରିଥିବା ଟୁପ୍‌ ଅପରେଟର ଓ ଅଭୟକାନ୍ତଙ୍କ ଡ୍ରାଇଭରଙ୍କୁ ପଚରାଉଚରା ବି ହୋଇଛି । ତାଙ୍କ ଘର ଓ ଆପାର୍ଟମେଣ୍ଟରୁ ସିସିଟିଭି ଫୁଟେଜ ଜବତ କରିଛି ଭିଜିଲାନ୍ସ ଟିମ୍‌ ।

ସେହିପରି ଅଭୟକାନ୍ଚ ଓ ଆକାଶଙ୍କଠାରୁ ଜବତ ମୋବାଇଲ୍‌ ଫୋନ୍‌, ଲାପଟପ୍‌ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିସ୍‌ ସାମଗ୍ରୀର ଯାଞ୍ଚ କରୁଛନ୍ତି ଫରେନସିକ୍‌ ଟିମ୍‌ । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ସରଜମିନ ତଦନ୍ତ ଓ ଖୋଳତାଡ ଚଳାଇଛନ୍ତି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ବା ଏସଆଇଟି । ଏନେଇ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.