ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱରରେ ଡେପୁଟି ଡାଇରେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱରରେ ଭିଜିଲାନ୍ସ ରେଡ୍‌। ଜଳ ସଂପଦ ବିଭାଗ ଇଆଇସି କାର୍ଯ୍ୟାଳୟର ଡେପୁଟି ଡାଇରେକ୍ଟର ତଥା ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ସେନାପତିଙ୍କ ଘରେ ଭିଜିଲାନ୍ସ ରେଡ୍‌। ଭିଜିଲାନ୍ସ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ଭୁବନେଶ୍ୱର କାର୍ଯ୍ୟାଳୟ ସମେତ ଫ୍ଲାଟ୍‌, ବାଲେଶ୍ୱର ରାଣୀ ପାଟଣା ଘର ଓ ଭାସ୍କର ଗଞ୍ଜ ଘରେ ଚଢାଉ ଜାରି ରଖିଛି ଭିଜିଲାନ୍ସ। ଏକକାଳୀନ ଚଢାଉରେ ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହ ବ୍ୟାଙ୍କ ପାସବୁକ୍ ଓ ଜମିଜମା ସଂକ୍ରାନ୍ତୀୟ କାଗଜପତ୍ରକୁ ଜବତ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.