ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ରହିଛି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ୱର (କେନ୍ୟୁଜ): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ। ଗଞ୍ଜାମ ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଆୟ ବର୍ହିଭୁତ ଯାଞ୍ଚ ହେଉଛି । ସହକାରୀ ଯନ୍ତ୍ରୀ ହେଉଛନ୍ତି କାର୍ତ୍ତିକେଶ୍ୱର ରାଉଳ। ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୬ ଟି ସ୍ଥାନରେ ଏକ କାଳୀନ ଚାଲିଛି ଚଢ଼ାଉ। ଏହି ଚଢ଼ାଉରେ ସାମିଲ ଅଛନ୍ତି ୫ ଡିଏସପି, ୧୧ ଇନିସ୍ପେକ୍ଟରଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ। ଭଞ୍ଜନଗର ଇରିଗେସନ କଲୋନୀରେ ଥିବା ଆବାସିକ ଘରେ ମଧ୍ୟ ଚଢ଼ାଉ କରାଯାଇଛି ।

ଏପରିକି ଭଞ୍ଜନଗର ସରକାରୀ କାର୍ଯ୍ୟାଳୟରେ ଚାଲିଛି ଚଢ଼ାଉ। କେବଳ ସେତିକି ନୁହେଁ ଭୁବନେଶ୍ୱର ଖଣ୍ଡଗିରି ମେରିଡିନ କଲେଜ ଲେନରେ ଥିବା ଆପାର୍ଟମେଂଟରେ ଓ କସମୋପଲିସ ଫ୍ଲାଟରେ ଚଢ଼ାଉ କରାଯାଇଛି । ଜାଗମରାରେ ଥିବା ତିନି ମହଲା ଘରେ ଓ ଖଲିକୋଟ ଲଂଗଳେଶ୍ୱରରେ ଥିବା ପୈତୃକ ଘରେ ମଧ୍ୟ ଚାଲିଛି ଚଢ଼ାଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.