ଭିଜିଲାନ୍ସ ଜାଲରେ ଶିକ୍ଷକ , ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

କେନ୍ଦ୍ରାପଡ଼ା(କେନ୍ୟୁଜ୍) : ଭିଜିଲାନ୍ସ ଜାଲରେ ଶିକ୍ଷକ । କେନ୍ଦ୍ରାପଡ଼ା ଜିଲ୍ଲା ଜମପଡ଼ା ସ୍କୁଲ ଶିକ୍ଷକ ରଞ୍ଜନ ନାୟକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି ।ରଂଜନ ନାୟକଙ୍କ ବାସଗୃହ, କଳପଡ଼ାସ୍ଥିତ ଶ୍ୱସୁର ଘର, ଜମପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ଅଫିସ ଏବଂ ରଂଜନଙ୍କ ସଢୁଙ୍କ ଘରେ ଚଢଉ ଚାଲିଛି। ତାଙ୍କ ନାଁରେ ୫ଟି ଟ୍ରକ, ଅଧ କିଲୋ ସୁନା, ୨ଟି ମୋଟର ସାଇକେଲ, ଗୋଟିଏ କାର ସହ ପ୍ରାୟ ଦେଢ କୋଟିରୁ ଅଧିକ ଟଙ୍କାର ସଂପତି ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.