ଫୁଲବାଣୀ : କରୋନା କରାଇ ଦେଲା ନାହିଁ ଶବ ଦାହ, ଗାଁ ଲୋକଙ୍କ ବିରୋଧ ଯୋଗୁଁ ପଡ଼ି ରହିଲା ମୃତଦେହ

ଫୁଲବାଣୀ (କେ ନ୍ୟୁଜ୍‌) : ଫୁଲବାଣୀ ସ୍ଥିତ ପଟାବାଲି ସାହି ମଶାଣିରେ ଶଵ ଦାହକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ବିରୋଧ କରାଯାଇଛି । ଖଜୁରିପଡା ବ୍ଲକ ଅନ୍ତର୍ଗତ ଗାଡ଼ିଆ ପଡା ଗ୍ରାମର ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଦେହ ଅସୁସ୍ଥ ହେବା କାରଣରୁ ତାଙ୍କୁ କିଛି ଦିନ ତଳେ ଫୁଲବାଣୀ ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ଆକସ୍ମିକ ଭାବେ ତାଙ୍କର ମୃତ୍ୟୁ ହୋଇଛି । ଫୁଲବାଣୀ ପୋୖରାଞ୍ଚଳ କଣ୍ଟେନମେଣ୍ଟ ଜୋନ ଥିବା କାରଣରୁ ମୃତକଙ୍କ ସମ୍ପର୍କୀୟମାନେ ତାଙ୍କୁ ନିଜ ଗାଁକୁ ନେଇ ପାରିନଥିଲେ ।

ତେଣୁ ଫୁଲବାଣୀ ମୁଖ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୧୦୪ ଆମ୍ବୁଲାନ୍ସ ଦ୍ଵାରା ସ୍ଥାନୀୟ ପଟାବାଲି ସାହି ଶ୍ମଶାନରେ ଶେଷକୃତ୍ୟ କରିବା ପାଇଁ ନିଆ ଯାଇଥିଲା। କିନ୍ତୁ ଉକ୍ତ ବ୍ୟକ୍ତି ଜଣଙ୍କ କୋରୋନାରେ ମୃତ୍ୟୁ କରିଥିବା ସନ୍ଦେହ କରି ପଟାବାଲି ସାହି ସ୍ଥାନୀୟ ବାସିନ୍ଦା ଶବ ଦାହ କରିବା ପାଇଁ ବିରୋଧ କରିଥିଲେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସତ୍ତ୍ୱେ କୌଣସି ସୁଫଳ ମିଳି ପାରିନଥିଲା । ବ୍ୟକ୍ତି ଜଣକ କରୋନାରେ ମରି ନାହାନ୍ତି ବୋଲି ଯେତେ ବୁଝାଇଲେ ମଧ୍ୟ ଗାଁ ଲୋକେ ବୁଝି ନଥିଲେ । ଏଠାରେ ଦାହ କଲେ କରୋନା ବ୍ୟାପିବ ବୋଲି କହି ସେମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ । ସେପଟେ ସେମିତି ଧଳା କପଡ଼ା ଗୁଡ଼ା ହୋଇ ଶବଟି ପଡ଼ି ରହିଥିଲା ।  ଗାଁ ଲୋକେ ବିରୋଧ କରି ଶବ ସଂସ୍କାର କରାଇ ଦେଇ ନଥିଲେ । ଏହାକୁ ନେଇ ସେଠାରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ଦେଖା ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.