Below header

ସ୍ତ୍ରୀ ମରିଗଲା ପରେ ବି ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସ୍ୱାମୀ, ଦେଖିଲେ ଆଖିରେ ଲୁହ ଆସିଯିବ ଏମିତି ଏ ଦୃଶ୍ୟ

ନିଜ ମନକୁ ବୁଝାଇ ପାରୁନାହାନ୍ତି ଏଇ ଅବୋଧ ସ୍ୱାମୀ ଜଣକ । ଡାକ୍ତର ମୃତ ଘୋଷଣା କରିଦେଇଛନ୍ତି ସତ କିନ୍ତୁ ସ୍ୱାମୀ ମାନିବାକୁ ନାରାଜ । ଲାଗିପଡ଼ି ଚେଷ୍ଟା କରୁଛନ୍ତି କାଳେ ଶେଷ ମୁହୂର୍ତ୍ତରେ ମୃତ୍ୟୁ ଶଯ୍ୟାରୁ ଉଠିଯିବେ କି । ଆଉ ବହୁତ ବିକଳ ହୋଇ ଡାକୁଛନ୍ତି ନିଜ ହାତରେ ଚେଷ୍ଟା ମଧ୍ୟ କରୁଛନ୍ତି ଆଉ କହୁଛନ୍ତି ଉଠିଯା । ଚେଷ୍ଟା କରି କରି ଥକି ପଡିଲେ ତାଙ୍କ ଛାତିରେ ମୁଣ୍ଡ ରଖି ଶୋଇ ପଡୁଛନ୍ତି । ସତରେ ଏହି ପ୍ରେମ ଆଉ ଧୋକା ଦୁନିଆରେ ଏକ ନିଚ୍ଛକ ଭଲପାଇବାର ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାର ସୋର ଡାକ୍ତରଖାନାରେ ।

ଡାକ୍ତର ମୃତ ଘୋଷଣା ପରେ ବି ମନକୁ ଵୁଝାଇ ନ ପାରି ସ୍ତ୍ରୀ କୁ ଉଠାଇବାକୁ ଚେଷ୍ଟା କରୁଛନ୍ତି ଆଉ ବିକଳ ହୋଇ କାନ୍ଦୁଛନ୍ତି । ବାଲେଶ୍ଵର ସୋର ଡାକ୍ତରଖାନାର ଏହି ଦୃଶ୍ୟ । ଘଟଣାଟି ଥିଲା ଏପରି ଯେ ମହିଳାଜଣକ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇ ପଡି ଥିଲେ ଆଉ ତାକୁ ପରିବାର ଲୋକ ସୋର ମେଡ଼ିକାଲ ଆଣି ଥିଲେ ମଧ୍ୟ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ହେଲେ ତାଙ୍କ ସ୍ୱାମୀ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି । ବଞ୍ଚିଯିବା ଆଶାରେ ଶବ ଉପରେ ଚାଲିଛି ବଞ୍ଚାଇଵାର ଉଦ୍ୟମ । ଆଉ ଏହି ଦୃଶ୍ୟଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛିଲୋକମାନେ ଏହି ଦୃଶ୍ୟ ଦେଖି ମର୍ମାହତ ହୋଇ ପଡୁଛନ୍ତି । ମିଳିଥିବା ଖବର ଅନୁଯାୟୀ ସୋର ଥାନା ତାଳକୁରୁଣିଆ ଅଞ୍ଚଳର ବିକରପଣ୍ଡାଙ୍କ ଝିଅ ମାନସୀ ସହିତ ୪ବର୍ଷ ପୂର୍ବରୁ ଅନନ୍ତପୁର ପଞ୍ଚାୟତ ପୁରୋଷତ୍ତମପୂର ଗ୍ରାମର ଉପେନ୍ଦ୍ର ପଣ୍ଡାଙ୍କ ପୂଅ ଭାଗୀରଥଙ୍କ ଵୈଦିକରୀତିରେ ବିବାହ ହୋଇ ଥିଲା । ପାରିବାରିକ କଳହକୁ ନେଇ ଘରେ କେହି ନଥିବା ବେଳେ ବିଷ ପିଇ ଦେଇ ଥିଲେ ମାନସୀ । ଘର ଲୋକ ମେଡ଼ିକାଲ ଆଣିଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ତାର ମୃତ୍ୟୁ ପରେ ସ୍ୱାମୀ ଵଞ୍ଚାଇଵାର ଉଦ୍ୟମ କରୁଥିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି ।ବର୍ତ୍ତମାନ ପୋଲିସ ସ୍ୱାମୀକୁ ଅଟକ ରଖି ପଚରାଉଚରା ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.