ଘଣ୍ଟାକୁ ୩୦୦ କି.ମି ବେଗରେ ବାଇକ୍‌ ଚଳାଉଥିଲେ ଯୁବକ, ଭିଡିଓ ସେୟାର କରି ଫସିଗଲେ

ବେଙ୍ଗାଲୁର : ଏବେ ସବୁଠି କରୋନା ପାଇଁ ଲକ୍‌ଡାଉନ୍‌ । ରାସ୍ତା ଘାଟ ସବୁ ନିରୋଳା । ଏହି ମଉକାରେ ବେଙ୍ଗାଲୁରର ଜଣେ ଯୁବକ ବସ୍‌ କିମ୍ବା ଟ୍ରେନ୍‌ ନୁହେଁ  ତା’ଠାରୁ  ୩ ଗୁଣ ଅଧିକ ବେଗରେ ଚଳାଉଥିଲେ ବାଇକ୍‌ । ତାଙ୍କ ବାଇକ୍‌ର ଘଣ୍ଟା ପ୍ରତି ବେଗ ଥିଲା ୨୯୯.୬ ବା ୩୦୦ କିଲୋମିଟର । ଦ୍ରୁତ ବେଗରେ ବାଇକ୍‌ ଚଳାଇ ଛାଡିଥିଲେ ସୋସିଆଲ୍‌ ମିଡିଆରେ । ଭିଡିଓଟି ପୋଲିସ ଦେଖିଲା ପରେ ଏବେ ଯୁବକ ପଡ଼ିଯାଇଛନ୍ତି ପୋଲିସ ହାବୁଡ଼ରେ । ଆଉ ତା’ ପରେ ଘଟଣା ହେଲା ଏମିତି ।

bike-00
ବେଙ୍ଗାଲୁରର ଏହି ସପ୍ଟେଓ୍ଵୟର ଇଞ୍ଜିନିୟର ଜଣକ ଘଣ୍ଟା ପ୍ରତି ୩୦୦ କି.ମି ବେଗରେ ଗାଡ଼ି ଚଳାଉଥିଲେ । ହେଲେ ସବୁଠୁ ବଡ଼ ମୂର୍ଖାମୀ କରିଥିଲେ ତାଙ୍କର ଏହି ଭିଡିଓଟିକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରି । ଭିଡିଓ ଭାଇରାଲ୍‌ ହୋଇଗଲା ଓ ମାମଲା ଯାଇ ପହଞ୍ଚିଗଲା ବେଙ୍ଗାଲୁର ପୋଲିସ ପାଖରେ । ପୋଲିସ ଦ୍ରୁତ ଗତିରେ ବାଇକ୍‌ ଚଳାଉଥିବା ଅଭିଯୋଗରେ ଯୁବକଙ୍କୁ ଗିରଫ କରିବା ସହ ତାଙ୍କର ୧୦୦୦ ସିସି ବାଇକ୍‌କୁ ଜବତ କରିଛି ।

 

ସୂଚନା ଅନୁଯାୟୀ ବାଇକ୍‌ର ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ ୟୁଜର ବ୍ଲୁବିଷ୍ଟ ୪୬ ଜୁଲାଇ ୫ରେ ସେୟାର କରିଥିଲେ । ଯାହାକୁ ୯ ହଜାରରୁ ଅଧିକ ଲୋକ ଦେଖିଥିଲେ । ବେଙ୍ଗାଲୁର ପୋଲିସ ଏକ ମାମଲା ରୁଜୁ କରିବା ସହ ଏହାର ତଦନ୍ତ ଭାର ଟ୍ରାଫିକ୍‌ ପୋଲିସକୁ ଦେଇଥିଲା ।

ଟ୍ରାଫିକ ପୋଲିସ ମାମଲାର ତଦନ୍ତ କରିବା ସହ ବାଇକ୍‌ ମିଟର ୨୯୯.୬ ଉପରେ ଥିବା ଭିଡିଓରୁ ଦେଖିବାକୁ ପାଇଥିଲା । ଫଳରେ ମୋଟର ଯାନ ଦ୍ରୁତ ଗତିରେ ଚଳାଇବା ଅପରାଧରେ ପୋଲିସ ଯୁବକକୁ ଗିରଫ କରିବା ସହ ତାଙ୍କ ବାଇକ୍‌ ଜବତ କରିଛି ।

Leave A Reply

Your email address will not be published.