ବାହାରୁ ଆସି ଗାଁରେ ବୁଲୁଥିଲେ ଯୁବକ, କ୍ୱାରେଣ୍ଟାଇନରେ ରହିବାକୁ କହିବାରୁ ଗ୍ରାମବାସୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ପରିବାର

ଯାଜପୁର ଟାଉନ୍ (କେ ନ୍ୟୁଜ୍‌) : ଗାଁରେ ଥିବା ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ନେଇ ଗଣ୍ଡଗୋଳ । ଆକ୍ରମଣରେ ଜଣେ ଗୁରୁତର । ଏଭଳି ଘଟଣା ଯାଜପୁର ସଦର ଥାନା ଅନ୍ତର୍ଗତ କାକୁଡିକୁଦ ପଂଚାୟତ ନୀଳକଣ୍ଠପୁର ଗାଁରେ ଘଟିଛି । ଏଠାକାର ଜଣେ ଯୁବକ ଜିଲ୍ଲା ଓ ଜିଲ୍ଲା ବାହାରୁ ବୁଲାବୁଲି କରି ଗାଁକୁ ଆସିବା ପରେ ସରକାରୀ କ୍ୱାରେଣ୍ଟାଇନରେ ରହିନଥିଲେ । ଏହାକୁ ନେଇ କିଛି ଗ୍ରାମବାସୀ ସରପଂଚଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଫଳ କିଛି ହୋଇନଥିଲା । ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ସେହି ଯୁବକଙ୍କୁ ପଚାରିବାକୁ ଯାଇଥିବା ବେଳେ ସଂପୃକ୍ତ ଯୁବକ ଏବଂ ତାଙ୍କ ପରିବାର ଲୋକେ ଗ୍ରାମବାସୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

JAJPUR ATTACK-2

ପରିବାର ଲୋକଙ୍କ ଶାବଳ ମାଡରେ ଗ୍ରାମର ସୁଧୀର କୁମାର ଦାସଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ମୁଣ୍ଡରେ ଷ୍ଟିଚ ପକାଇ ଚିକିତ୍ସିତ କରାଯିବା ପରେ ତାଙ୍କୁ ଛାଡି ଦିଆଯାଇଛି । ଏ ନେଇ ଯାଜପୁର ସଦର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ସେପଟେ ବାହାରୁ ଆସିଥିବା ସଂପୃକ୍ତ ଯୁବକଙ୍କୁ ଗ୍ରାମପଞ୍ଚାୟତ କ୍ୱାରେଣ୍ଟାଇନ‌ରେ ରଖା ଯାଇଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.