ପିଲାଙ୍କ ଅଣ୍ଡା ଛତୁଆକୁ ନେଇ ହେରଫେର, ଅଭିଯୋଗ ଆଣିଲେ ଗ୍ରାମବାସୀ

ପିଲାମାନେ ଦେଶର ଭବିଷ୍ୟତ ତେଣୁ ସରକାର ପିଲାଙ୍କ ପାଠ ପଢ଼ା ଠାରୁ ଆରମ୍ଭ କରି ଖାଦ୍ୟ ପାଇଁ ସୁବ୍ୟବସ୍ଥା କରିଛନ୍ତି । ପିଲାଙ୍କ ଅଣ୍ଡା ଛତୁଆକୁ ଅଙ୍ଗନଓ୍ଵାଡ଼ି କର୍ମୀ ହଡ଼ପ କରିଥିବା ଅଭିଯୋଗ ହୋଇଛି ।

କେନ୍ଦ୍ରାପଡା (କେନ୍ୟୁଜ): ଅଙ୍ଗନଓ୍ଵାଡ଼ି କେନ୍ଦ୍ରରେ ପିଲାଙ୍କ ପାଇଁ ଅଣ୍ଡା ଛତୁଆ ଠୁ ଆରମ୍ଭ କରି ସୁଶମ ଖାଦ୍ୟ ବଣ୍ଟନ କରାଯାଏ । ପିଲାମାନେ ଦେଶର ଭବିଷ୍ୟତ ତେଣୁ ସରକାର ପିଲାଙ୍କ ପାଠ ପଢ଼ା ଠାରୁ ଆରମ୍ଭ କରି ଖାଦ୍ୟ ପାଇଁ ସୁବ୍ୟବସ୍ଥା କରିଛନ୍ତି । ପିଲାଙ୍କ ଅଣ୍ଡା ଛତୁଆକୁ ଅଙ୍ଗନଓ୍ଵାଡ଼ି କର୍ମୀ ହଡ଼ପ କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ମହୁ ପଞ୍ଚାୟତର ବଜ଼ାରଦାଣ୍ଡି ଅଙ୍ଗନଓ୍ଵାଡ଼ି କେନ୍ଦ୍ରରେ ବ୍ୟାପକ ହେରଫେର ହୋଇଥିବା ନେଇ ଅଭିଭାବକ ଓ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ହଡ଼ପ ଠାରୁ ଆରମ୍ଭ କରି ଅଙ୍ଗନଓ୍ଵାଡ଼ି କର୍ମୀଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ବ୍ଲକ ପ୍ରଶାସନ ଓ କେନ୍ଦ୍ରାପଡା ଜିଲାପାଳଙ୍କ ନିକଟରେ ଅଭିଭାବକ ଓ ଗ୍ରାମବାସୀମାନେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଗତ ୫ ମାସ ହେବ ଏହି କେନ୍ଦ୍ରରେ ପାଠ ପଢ଼ୁଥିବା କୁନିକୁନି ଛାତ୍ରଛାତ୍ରୀମାନଙ୍କ ପାଇଁ ଆସୁଥିବା ଅଣ୍ଡା, ଛତୁଆ, ସୁଜି ଆଦି ପିଲାଙ୍କୁ ଦିଆଯାଇ ନାହିଁ । ଏସବୁକୁ ଅଙ୍ଗନଓ୍ଵାଡ଼ି କର୍ମୀ ହଡ଼ପ କରିଥିବାନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଥି ସହିତ ପିଲାଙ୍କ ରନ୍ଧା ଖାଦ୍ୟ ଓ ପ୍ରତିବର୍ଷ ଗାଁ କଲ୍ୟାଣ ସମିତିକୁ ଆସୁଥିବା ୧୦ହଜାର ଟଙ୍କା ଆର୍ଥିକ ଅନୁଦାନରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଗ୍ରାମବାସୀମାନେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଏଭଳି ଘଟଣାରେ କ୍ଷୁବ୍ଧ ହୋଇ ଅଭିଭାବକମାନେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଙ୍ଗନଓ୍ଵାଡ଼ି କର୍ମୀ ।

ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତ । ଯଦି ସେମାନଙ୍କ ପାଠ ପଢ଼ାରେ ଏମିତି ଅବ୍ୟବସ୍ଥା ଦେଖାଯିବ, ତେବେ ଏହାର କୁପ୍ରଭାବ ପିଲାଙ୍କ ଉପରେ ହିଁ ପଡ଼ିବ । ତେବେ ଏ ସବୁ ସମସ୍ୟା କାହିଁକି ଦେଖାଯାଇଛି, ତାହା ତ କାହାକୁ ବି ଜଣା ନାହିଁ । କିନ୍ତୁ ତଦନ୍ତ କରାଗଲେ ସମସ୍ତ କଥା ସାମ୍ନାକୁ ଆସିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.