୪୧ ଡିଗ୍ରୀ ଟପିଲା ୭ ସହରର ତାପମାତ୍ରା, ଜରୁରୀ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ

ଡରାଉଛି ତାତି । ଯେମିତି ନିସ୍ତାର ନାହିଁ । ୪୧ ଡିଗ୍ରୀ ଟପିଲା ରାଜ୍ୟର ୭ ସହରର ତାପମାତ୍ରା । ପ୍ରବଳ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ୬ ଜିଲ୍ଲାକୁ ହିଟ ୱେଭ୍ ଆଲର୍ଟ ଜାରି କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଡରାଉଛି ତାତି ।  ଯେମିତି ନିସ୍ତାର ନାହିଁ । ୪୧ ଡିଗ୍ରୀ ଟପିଲା ରାଜ୍ୟର ୭ ସହରର ତାପମାତ୍ରା ।  ଗତକାଲି ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୧. ୭ଡିଗ୍ରୀ ରେକର୍ଡ ହୋଇଛି ।  ଆଜି ଠାରୁ ୬ ତାରିଖ ଯାଏ ଅନୁଭୂତ ହେବ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ୬ ଜିଲ୍ଲାକୁ ହିଟ ୱେଭ୍ ଆଲର୍ଟ ଜାରି କରାଯାଇଛି । ରାତି ତାପମାତ୍ରା ସ୍ବାଭାବିକ ଠାରୁ ୪ରୁ ୫ ଡିଗ୍ରୀ ଅଧିକ ରହୁଥିବାରୁ ଉଷ୍ମ ରାତି ପାଇଁ ଚେତାବନୀ ଜାରି ହୋଇଛି । ଗୁଳୁଗୁଳି ତଥା ଉଷ୍ମ ଆଦ୍ର ବାୟୁ ପ୍ରଭାବରେ ଦିନର ପିକ୍ ଆୱାରରେ ଅଧିକ ଖରାର ପ୍ରକୋପ ରହିଛି । ଏହି ସମୟରେ ଲୋକମାନଙ୍କୁ ଜରୁରୀ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଆଭ୍ୟନ୍ତରୀଣ ଓଡିଶାରେ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର କରିବା ସମ୍ଭାବନା କହିଛି ।

ଏପଟେ ଅସହ୍ୟ ଖରାରେ ଲୋକେ ଅସ୍ତବ୍ୟସ୍ତ ।  ବାୟୂମଣ୍ଡଳରେ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ଉତ୍ତପ୍ତ ବାୟୁ ଓସୂର୍ଯ୍ୟଙ୍କ ଠାରୁ ଆସଥିବା କିରଣର ତୀବ୍ରତା ଅଧିକ ଥିବାରୁ ତାପମାତ୍ରା ବୃଦ୍ଧି ପାଇଛି ।  ୬ତାରିଖ ବେଳକୁ ପଶ୍ଚିମ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ପାର କରିବା ସମ୍ଭାବନା ରହିଛି ।  ଆସନ୍ତା ଦୁଇଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ୨ ଦିନ ପରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ନେଇ ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।  ୬ତାରିଖରୁ ୮ତାରିଖ ମଧ୍ୟରେ କାଳବୈଶାଖୀ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡିଶାରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.