ଆଇପିଏଲ ୨୦୨୪ ଖେଳସୂଚୀରେ ପରିବର୍ତ୍ତନ କଲା ବିସିସିଆଇ, ବଦଳିଲା ଦୁଇଟି ମ୍ୟାଚ ତାରିଖ

ବିସିସିଆଇ ଆଇପିଏଲ ସିଜିନର ୨ଟି ମ୍ୟାଚରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ପ୍ରଥମ ମ୍ୟାଚ କୋଲକତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହୋଇଛି । ସେହିପରି ଦ୍ୱିତୀୟ ପରିବର୍ତ୍ତନ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମ୍ୟାଚ ମଧ୍ୟରେ ହୋଇଛି ।

ଆଇପିଏଲ ୨୦୨୪ର ପ୍ରଥମ ସପ୍ତାହ ବହୁତ ରୋମାଞ୍ଚଭରା ରହିଛି । ଏହି ଟୁର୍ଣ୍ଣାମେଣ୍ଟ ୨୬ ମଇ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ବିସିସିଆଇ ଆଇପିଏଲ ସିଜିନର ୨ଟି ମ୍ୟାଚରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ପ୍ରଥମ ମ୍ୟାଚ କୋଲକତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହୋଇଛି । ଏହି ମ୍ୟାଚ ପୂର୍ବରୁ ୧୭ ଏପ୍ରିଲରେ କୋଲକତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ହେବାକୁ ଥିଲା କିନ୍ତୁ ଏବେ ଏହି ମ୍ୟାଚ ୧୬ ଏପ୍ରିଲ ହେବ । ସେହିପରି ଦ୍ୱିତୀୟ ପରିବର୍ତ୍ତନ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମ୍ୟାଚ ମଧ୍ୟରେ ହୋଇଛି । ଏହି ମ୍ୟାଚ ୧୬ ଏପ୍ରିଲରେ ହେବାକୁ ଥିଲା, ଯାହା ଏବେ ୧୭ ଏପ୍ରିଲରେ ହେବ ।

ଏପ୍ରିଲ ୧୭ରେ ରାମ ନବମୀ କାରଣରୁ କୋଲକତା ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ନେଇ ସ୍ପଷ୍ଟ କରିନଥିଲା । ସେହିପରି ଏପ୍ରିଲ ୧୯ରେ ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ । ତେଣୁ କୋଲକତା-ରାଜସ୍ଥାନ ମ୍ୟାଚକୁ ଏପ୍ରିଲ ୧୬ ବା ଏପ୍ରିଲ ୧୮ରେ କରାଇବା ନେଇ ପଶ୍ଚିମବଙ୍ଗ କ୍ରିକେଟ ଆସୋସିଏସନ (ସିଏବି) ପକ୍ଷରୁ ବିସିସିଆଇକୁ ପ୍ରସ୍ତାବ ଦିଆଯାଇଥିଲା ।

ମାର୍ଚ୍ଚ ମାସ ୨୫ ତାରିଖରେ ବିସିସିଆଇ ପକ୍ଷରୁ ଆଇପିଏଲ-୨୦୨୪ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି କରାଯାଇଥିଲା । ପ୍ରଥମେ ୧୭ ଦିନ ପାଇଁ ୨୧ଟି ମ୍ୟାଚର ସୂଚୀ ଜାରି କରାଯାଇଥିଲା । ପରବର୍ତ୍ତୀ ସମୟରେ ଅବଶିଷ୍ଟ ୫୩ଟି ମ୍ୟାଚ ପାଇଁ ତାରିଖ ଘୋଷଣା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ପର୍ଯ୍ୟନ୍ତ ମ୍ୟାଚର ତାରିଖ ଓ ଭେନ୍ୟୁ ଜାରି କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୮ରୁ ମେ ୨୬ ପର୍ଯ୍ୟନ୍ତ ମ୍ୟାଚର ସବିଶେଷ ବିବରଣୀ ଜାରି କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଚଳିତ ଆଇପିଏଲ ସଂସ୍କରଣର ଫାଇନାଲ ମେ ୨୬ରେ ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ । ୧୩ଟି ସହରରେ ୭୪ଟି ମ୍ୟାଚ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.