ବାଲି ଉଠାଣକୁ ନେଇ ରାୟଗଡ଼ାରେ ଅପ୍ରୀତିକର ସ୍ଥିତି, ଶୁଣାଣି ବେଳେ ଜିଲ୍ଲାପାଳ ହଟହଟା

ରାୟଗଡ଼ା(କେନ୍ୟୁଜ୍):ବାଲି ଉଠାଣକୁ ନେଇ ଗ୍ରାମବାସୀଙ୍କ ଧାରଣା । ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ହଟହଟା । ରାୟଗଡ଼ା ଜିଲ୍ଲା ବଂଶଧାରା ନଦୀ ବାଲିଘାଟରୁ ବାଲିଉଠାଣକୁ ବିରୋଧ କରି ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ଘେରିଲେ ଗାଁ ଲୋକ । ବାଲିଘାଟରୁ ବାଲି ଉଠାଣକୁ ବନ୍ଦ କରିବା ପାଇଁ କତୁରୁ ଗାଁ ଲୋକେ ଅଭିଯୋଗ କରିବାକୁ ଆସିଥିଲେ । ଗୁଣୁପୁର ଉପଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ ଶୁଣିବା ପରେ ଆଉ କିଛି ହୋଇପାରିବ ନାହିଁ ବୋଲି କହିଥିଲେ ଜିଲ୍ଲାପାଳ ସ୍ୱଧାଦେବ ସିଂ। ବାଲି ଉଠାଣ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା କହିଥିଲେ ।

ଏନେଇ ଅଭିଯୋଗ କରିବାକୁ ଆସିଥିବା କତୁରୁ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ଜିଲ୍ଲାପାଳଙ୍କ ଗାଡିକୁ ଛାଡିନଥିଲେ ଗ୍ରାମବାସୀ । ବାଧ୍ୟହୋଇ ଜିଲ୍ଲାପାଳ ଓ ଏସପି ଚାଲି ଚାଲି ରାଜସ୍ୱ ବଙ୍ଗଳାକୁ ଯାଇଥିଲେ । ଏହି ସମୟରେ ଗ୍ରାମବାସୀ ନାରାବାଜି କରିବାରୁ ରାସ୍ତାରେ ଜିଲ୍ଲାପାଳଙ୍କୁ ହଟହଟା ହେବାକୁ ପଡ଼ିଥିଲା । ଶେଷରେ ଅଭିଯୋଗକାରୀଙ୍କ ସହ ଆଲୋଚନା ପରେ ବାଲି ଉଠାଣ ସମସ୍ୟାର ଖୁବଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.