ବରଗଡ଼: ଦୁଷ୍କର୍ମ ଅଭିଯୋଗରେ ବରୁଆ ବାବା ଜେଲ୍‌ ଗଲେ, ଠାକୁରାଣୀ ମନ୍ଦିରରେ ଲାଗିଲା ନିଆଁ

ବରଗଡ଼(କେନ୍ୟୁଜ୍):ବରଗଡ଼ ଜିଲ୍ଲା ଭଟଲି ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବରୁଆ ବାବା ଗିରଫ ହୋଇଥିଲେ। ବାବା ଗିରଫ ହେବା ପରେ ମନ୍ଦିରର ବିଗ୍ରହରେ ନିଆଁ ଲାଗିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାକୁ ନେଇ ଗ୍ରାମବାସୀଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ପ୍ରତ୍ୟକ୍ଷ ଦେବୀ ମାଁ କମଗେଇଙ୍କ ବିଗ୍ରହକୁ ନୂତନ ଭାବେ ପୂଜାର୍ଚ୍ଚନା କଲା ପରେ ତିନିଦିନ ଧରି ଚଣ୍ଡୀ ପାଠ ହୋମ ଯଜ୍ଞ ଚାଲିଛି।

ବରୁଆ ବାବା ବିଜୟ ନାଏକ ହେଉଛନ୍ତି କମଗାଁର ଇଷ୍ଟଦେଵୀ ମାଁ ବୁଢ଼ୀ କମଗେଇଙ୍କ ବରୁଆ ଏଵଂ କମଗାଁ ନୋଡାଲ ହାଇସ୍କୁଲର ସଂଗୀତ ଶିକ୍ଷକ। ଗତ ୧୨ ତାରିଖରେ ଗୁଣିଗାରେଡି ସହ ଗୌଡ଼ଗାଁର ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଭଟଲି ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା ପୋଲିସ । ତାଙ୍କ ନାମରେ IPC ACT. 376 ଲାଗିଥିବାରୁ ଏସଡିଜିଏମ କୋର୍ଟ ଜାମିନ ନାମଞ୍ଜୁର କରିବା ପରେ ବର୍ତ୍ତମାନ ବରୁଆ ବାବା ଜେଲରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.