ବିଜେଡି ସାଂସଦଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର, ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ପୂର୍ଣ୍ଣ ସମର୍ଥନ କରିବାକୁ କହିଲେ

କେନ୍ୟୁଜ୍(ବ୍ୟୁରୋ):  ବିଜେଡି ସାଂସଦଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର । ଆଜି ଭର୍ଚୁଆଲରେ ବିଜେଡି ସାଂସଦଙ୍କୁ ସମ୍ବୋଧିତ କରିଛନ୍ତି ନବୀନ ପଟ୍ଟନାୟକ । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ପୂର୍ଣ୍ଣ ସମର୍ଥନ କରିବାକୁ କହିଛନ୍ତି । ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍‌ ଦେବାକୁ କହିଛନ୍ତି । ସେହିପରି ରାଜ୍ୟର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବି ବିଜେଡି ସାଂସଦଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ସେସବୁ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ସେସବୁ ଦାବି କେନ୍ଦ୍ର ନିକଟରେ ଉଠାଇବାକୁ ଦଳୀୟ ସାଂସଦଙ୍କୁ କହିଛନ୍ତି । ରାଜ୍ୟରୁ ୫ ଲକ୍ଷ ମେଟ୍ରିକ ଟନ୍‌ ଉଷୁନା ଚାଉଳ କେନ୍ଦ୍ର କିଣୁନାହିଁ । ରାଜ୍ୟକୁ ଆଉ ୧ ଲକ୍ଷ ୮୪ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଞ୍ଜୁରୀ, ଡିଏମଏଫ ଟ୍ରଷ୍ଟକୁ ଆୟକର ଟିକସ ପରିଧିରୁ ବାଦ ଦେବା ଦାବି ଉଠାଇବାକୁ କହିଛନ୍ତି ନବୀନ । ରାଜ୍ୟର ରେଳବାଇ କ୍ଷେତ୍ରରେ ପ୍ରକଳ୍ପର ତ୍ୱରାନ୍ଵିତ କରିବା ଦାବି ସହ ପଞ୍ଚମ ସ୍ୱାମୀନାଥନ କମିଶନଙ୍କ ସୁପାରିଶରେ ଧାନର ଏମଏସପି ନିର୍ଦ୍ଧାରଣ, ମହିଳାଙ୍କୁ ବିଧାନସଭା ଓ ପାର୍ଲାମେଣ୍ଟରେ ୩୩ପ୍ରତିଶତ ସଂରକ୍ଷଣ ଦାବି ଉଠାଇବାକୁ କହିଛନ୍ତି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ବିଧାନ ପରିଷଦ ଗଠନ ଏବଂ ହୋ ଓ ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ନେଇ କେନ୍ଦ୍ର ନିକଟରେ ଦାବି ଉଠାଇବାକୁ ସାଂସଦଙ୍କୁ କହିଛନ୍ତି ବିଜେଡି ସୁପ୍ରିମୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.