Below header

କାଶୀନଗର ବ୍ଲକ କେ.ସୀତୀପୁର ଗାଁଲୋକଙ୍କ ଧମକ: ଏଥର ସଡ଼କ ନିର୍ମାଣ ନହେଲେ ଭୋଟ ବର୍ଜନ

ଗଜପତି: ସଡ଼କ ନିର୍ମାଣ ନହେଲେ ଭୋଟ ବର୍ଜନ କରିବାକୁ ଧମକ। ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତୀପୁର ଗାଁ ହରିଜନ ସାହିରେ ବର୍ଷ ବର୍ଷ ଧରି ପକ୍କା ସଡ଼କଟିଏ ନାହିଁ। ସାହିରେ ୪୫୦ରୁ ଅଧିକ ଲୋକ ବାସ କରୁଛନ୍ତି।

କେ. ସୀତାପୁର ବାସିନ୍ଦା ଏବେ ବି କଚ୍ଚା ସଡ଼କ ଦେଇ ଯାତାୟାତ କରୁଛନ୍ତି। କଚ୍ଚା ରାସ୍ତାରେ ନାଳ ପାଣି ପ୍ରବାହିତ ହେଉଥିବାରୁ ରାସ୍ତାରେ ଚଳପ୍ରଚଳ କରିବା ମଧ୍ୟ କଷ୍ଟକର ହୋଇଥାଏ। ବର୍ଷା ଋତୁରେ ସମସ୍ୟା ଆହୁରି ଦୁର୍ବିସହ ହୋଇଯାଏ। ସ୍ଥାନୀୟ ଜନପ୍ରତିନିଧିଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କେହି ଦୃଷ୍ଟି ଦେଉନଥିବାରୁ ଶେଷରେ ଭୋଟ ବର୍ଜନ ପାଇଁ ଧମକ ଦେଇଛନ୍ତି ଗ୍ରାମବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.