କେନ୍ଦ୍ରାପଡ଼ା(କେନ୍ୟୁଜ୍): ଅଶାନ୍ତ କେନ୍ଦ୍ରାପଡ଼ା ସହର। ଟାଉନ ଥାନା ଘେରାଉ କଲେ ଶତାଧିକ ଲୋକ। ଗତକାଲି କେନ୍ଦ୍ରାପଡ଼ା ବଡାହାଟରେ ବାପା ଓ ପୁଅ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏନେଇ ଥାନାରେ ଏତଲା ଦିଆଯାଇଥିଲା। ତେବେ ଘଟଣାରେ କାହାରିକୁ ଗିରଫ କରାନଯିବାରୁ ଲୋକେ ଉତ୍ୟକ୍ତ ହୋଇ ଥାନା ଘେରାଉ କରିଥିଲେ। ପରେ ଏସ୍ପି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ପରେ ପରିସ୍ଥିତି ଶାନ୍ତ ପଡିଥିଲା।