ଆଦିବାସୀ ସଂସ୍କୃତିକୁ ଅନୁଭବ କରୁଛନ୍ତି ରାଜଧାନୀ ବାସୀ
ଆଦିବାସୀ ସଂସ୍କୃତିକୁ ଅନୁଭବ କରୁଛନ୍ତି ରାଜଧାନୀ ବାସୀ। ଆଦିବାସୀ ପଡ଼ିଆରେ ପ୍ରଦର୍ଶୀତ ହେଉଥିବା ଆଦିବାସୀ ମେଳା ୨୦୨୩ରେ ୧୫ରୁ ଊର୍ଦ୍ଧ ଆଦିବାସୀ ଘର ତଥା ସେମାନଙ୍କ ବେଶଭୂଷା ପ୍ରଦର୍ଶନ କରାଯାଇଛି ।
ଭୁବନେଶ୍ୱର(କେନ୍ୟୁଜ୍) : ଆଦିବାସୀ ସଂସ୍କୃତିକୁ ଅନୁଭବ କରୁଛନ୍ତି ରାଜଧାନୀ ବାସୀ। ଆଦିବାସୀ ପଡ଼ିଆରେ ପ୍ରଦର୍ଶୀତ ହେଉଥିବା ଆଦିବାସୀ ମେଳା ୨୦୨୩ରେ ୧୫ରୁ ଊର୍ଦ୍ଧ ଆଦିବାସୀ ଘର ତଥା ସେମାନଙ୍କ ବେଶଭୂଷା ପ୍ରଦର୍ଶନ କରାଯାଇଛି । ଯାହାକୁ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ଭିଡ଼ ଦେଖିବାକୁ ମିଳିଛି । ଏହାବ୍ୟତୀତ ଘରର ସମସ୍ତ ଭାଗକୁ ଲେଖା ମାଧ୍ୟମରେ ଦର୍ଶାଯାଇଛି । ଯାହାକୁ ପଢ଼ି ଦର୍ଶକ ସେହି ଘର ବା କୁଟୀର ବିଷୟରେ ଅଧିକ ଜାଣିବାକୁ ପାଉଛନ୍ତି।
ଏଥି ମଧ୍ୟରେ ମେଳାରେ ବିକ୍ରୟ କରାଯାଉଥିବା ଆଦିବାସୀ ଜନିତ ସାମଗ୍ରୀ , ଯଥା ଜୈବିକ ମସଲା , ଖାଦ୍ୟ ସାମଗ୍ରୀ , ଘରକରଣା ସାମଗ୍ରୀ ଆଦିକୁ କିଣିବାରେ ମଧ୍ୟ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଆଦିବାସୀ ମାନଙ୍କ ଚାଲି ଚଳନ ନେଇ ବିଭିନ୍ନ ମାଟି ଘର ପ୍ରସ୍ତୁତ କରାଯାଇଛି।
ଚାଳ ଛପର ତା ସାଙ୍ଗକୁ ମାଟି କାନ୍ଥର ଘର। ଘର ଗୁଡ଼ିକ ସବୁ ମାଟିରେ ଲିପା ପୋଛା ହୋଇଛି । ତା ସହିତ ଆଦିବାସୀ ଚାଲି ଚଳଣୀର ଝଲକ ଦେଖିବାକୁ ମିଳୁଛି ଏବଂ ଆଦିବାସୀ ଗ୍ରାମ, ଜନଜାତି ସ୍ୱୟଂ ସହାୟକା ଗୋଷ୍ଠୀ ପ୍ରକୋଷ୍ଠ , ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ ସହିତ ଖାଦ୍ୟ ବଜାର ଆଦି ପ୍ରସ୍ତୁତ କରାଯାଇଛି ।