Whatsappରେ କରନ୍ତୁ ମେଟ୍ରୋ ବୁକ୍‌

ଆପଣ ବି Whatsappରେ କରିପାରିବେ ନିଜ ପାଇଁ ମେଟ୍ରୋ ଟ୍ରେନ ଟିକେଟ ବୁକ୍‌ । ବର୍ତ୍ତମାନ ପାଇଁ ଏହି ସେବା ବାଙ୍ଗାଲୋର, ହାଇଦ୍ରାବାଦ, ମୁମ୍ବାଇ ଓ ପୁଣେ ରେ ଆରମ୍ଭ ହେବ।

ଏବେ ହ୍ଵାଟସଆପ୍‌ ରେ କରିପାରିବେ ଟ୍ରେନ ଟିକେଟ ବୁକ। ହ୍ଵାଟସଆପ୍‌ ଆଜିକା ଦୁନିଆର ସବୁଠୁ ଲୋକପ୍ରିୟ ଚାଟିଂ ଆପ୍‌। ସବୁ କାମ ଆପଣ ଏବେ ହ୍ଵାଟସଆପ୍‌ ରେ କରିପାରିବେ। ଟଙ୍କା ଟ୍ରାନ୍ସଫର ଠୁ ଆରମ୍ଭ କରି ସପିଂ ପର୍ଯ୍ୟନ୍ତ। ଏମିତିକି ଗାଡ଼ି ମଧ୍ୟ ବୁକ କରିପାରିବେ। ଏବେ କିନ୍ତୁ ଏକ ନୂଆ ଖବର ସାମ୍ନାକୁ ଆସିଛି। ଆପଣ ଏହାରି ମାଧ୍ୟମରେ ଖୁବ ସହଜରେ ଟ୍ରେନ ଟିକେଟ ବୁକ କରିପାରିବେ।

କ’ଣ ଆପଣ ନିଜ ସହରରେ ମେଟ୍ରୋ ଟ୍ରେନ ସେବାର ଲାଭ ନିୟମିତ ଉଠାଉଛନ୍ତି କି ? ମାନେ ପ୍ରତିଦିନ ସେଥିରେ ଯିବା ଆସିବା କରୁଛନ୍ତି? ଯଦି କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର। ମେଟା ଓନର ହ୍ଵାଟସଆପ ବିଜନେସ ନିଜ ହ୍ଵାଟସଆପ୍‌ ଚାର୍ଟବର୍ଟ ପାଇଁ ବିଭିନ୍ନ ସହରରେ ମେଟ୍ରୋ ରେଳ ସେବା ପ୍ରଦାନ କରିଛି। ଯାହାର ଉପଯୋଗ କରି ଗ୍ରାହକ ଆରାମରେ ଅନେକ ସେବାର ଲାଭ ଉଠାଇପାରିବେ।

ଭାରତର ଡିଜିଟାଲ ପରିବର୍ତ୍ତନ ନିହାତି ଭବେ ସାର୍ବଜନିକ ପରିବହନକୁ ସୁରକ୍ଷିତ , ସ୍ମାର୍ଟ, ଅଧିକ ସୁବିଧାଜନକ କରିପାରିଛି। ଏବେ ଭାରତର ଅନେକ ସହରରେ ମେଟ୍ରୋ ସେବାର ଉପଲବ୍ଧ ରହିଛି। ଏମିତିରେ ଅନେକ ଲୋକ ଏହାରି ମଧ୍ୟରେ ଯାତ୍ରା କରିଥାନ୍ତି। ତେବେ ବି ଟିକେଟ କାରଣରୁ ଅନେକ ସମସ୍ୟା ହୋଇଥାଏ। ତେବେ ଏହି ସୁବିଧା ଆରମ୍ଭ ପାଇଁ ଟ୍ରେନ ଟ୍ରାଞ୍ଜିଟ ର ଡିଜିଟାଇଜ କରିବାର ପ୍ଲାନିଂ ରହିଛି।

ଏବେ ଜାଣନ୍ତୁ ଏହାର ବିଶେଷତ୍ୱ:
-ଏହି ସେବାକୁ ଉପଯୋଗ କରି ଲୋକ ମାନେ ନିଜର ଟ୍ରାଞ୍ଜିଟ ଟିକେଟ ବୁକ କରିବା, କିଣିବା, ରଦ୍ଦ କରିବା ଅବା ଟପ ଅପ୍‌ କରିପାରିବେ। ତାଙ୍କ ପାଖରେ ଟ୍ରେନର ସମୟ ସାରଣୀ ବା ଟାଇମ ଟେବୁଲ,ରୁଟ ମ୍ୟାପ ଆଦି ସମ୍ପର୍କରେ ଜାଣିପାରିବେ।
-ବର୍ତ୍ତମାନ ପାଇଁ ଏହି ସେବା ବାଙ୍ଗାଲୋର, ହାଇଦ୍ରାବାଦ, ମୁମ୍ବାଇ ଓ ପୁଣେ ରେ ଆରମ୍ଭ ହେବ।
-ପ୍ରତ୍ୟେକ ସହରରେ ଜଣେ ଉପଯୋଗକର୍ତ୍ତା ଓ୍ଵାଟ ରହିବେ । ତାଙ୍କ ସହିତ ସ୍ଥାନୀୟ ଭାଷା କିମ୍ବା ଇଂରାଜୀରେ ଚାର୍ଟ କରିପାରିବେ ଆପଣ।ଚାର୍ଟବର୍ଟକୁ ଆକ୍ଟିଭ କରିବା ପାଇଁ ୟୁଜର୍ସଙ୍କୁ https://wa.me/ +୯୧୮୧୦୫୫୫୬୬୭୭ ରେ Hi ଲେଖିବାକୁ ହେବ।
– ଚାର୍ଟ ଆରମ୍ଭ ହେବା ପରେ ଆପଣ ଇ ଟିକେଟ ବୁକ କରିପାରିବେ। ଏଥିପାଇଁ ଏକ URL ପାଇବେ। URL ଏଣ୍ଡ ଟୁ ଏଣ୍ଡ ଡିଜିଟାଲ ଭୁଗତାନରେ ଟିକେଟ ବୁକ କରିପାରିବେ।
-ମୁମ୍ବାଇ ରେ ଇ ଟିକେଟ କୁ ଏଏଫସି ରେ ସତ୍ୟାପିତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.