ଭାଇ ଭଉଣୀଙ୍କ ସଂପର୍କକୁ ନେଇ ପାକିସ୍ତାନ ୟୁନିଭରସିଟିରେ ପଚରାଗଲା ଅଶ୍ଲୀଳ ପ୍ରଶ୍ନ, ଲୋକେ କରୁଛନ୍ତି ଛି ଛି..

ପାକିସ୍ତାନର ଇମଲାମବାଦର ଏକ ୟୁନିଭରସିଟିରେ ଭାଇ ଭଉଣୀଙ୍କ ଅନ୍ତରଙ୍ଗ ସଂପର୍କକୁ ନେଇ ପଚରାଗଲା ଅଦ୍ଭୁତ ପ୍ରଶ୍ନ । ଯାହାକୁ ନେଇ ବିବାଦ ଉପୁଜିଛି । ସୋସିଆଲ ମିଡିଆରେ ଭାଇରଲ ହେଉଛି ପ୍ରଶ୍ନପତ୍ର ।

ପାକିସ୍ତାନର ଇସଲାମବାଦର ଏକ ୟୁନିଭରସିଟିରେ ପରୀକ୍ଷା ପ୍ରଶ୍ନକୁ ନେଇ ବିବାଦ ଉପୁଜିଛି । ଏଠାରେ ଇଂରାଜୀ ଟେଷ୍ଟ ପେପର ଭାଇ-ଭଉଣୀଙ୍କ ଅନ୍ତରଙ୍ଗ ସଂପର୍କକୁ ନେଇ ପ୍ରଶ୍ନ ପଚରାଯାଇଥିଲା। ଏଥିରେ ଏକ ପାସେଜ ଦିଆଯାଇଥିଲା, ଯେଉଁଥିରେ ଭାଇ ଭଉଣୀଙ୍କ ଇଣ୍ଟିମେଟ୍‌ ରିଲେସନକୁ ନେଇ ଲେଖାଯାଇଥିଲା। ଏହା ପରେ ଛାତ୍ରଙ୍କୁ ପ୍ରଶ୍ନ ପଚରାଯାଇଥିଲା । ଆଉ ଏହି ମାମଲାକୁ ନେଇ ବିବାଦ ଉପୁଜିବା ପରେ ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିବା ଶିକ୍ଷକଙ୍କୁ ବରଖାସ୍ତ କରାଯିବା ସହିତ ତାଙ୍କ ନାମ ବ୍ଲାକଲିଷ୍ଟ କରାଯାଇଛି ।

ପାକିସ୍ତାନର ଶ୍ରେଷ୍ଠ ୟୁନିଭରସିଟି ମଧ୍ୟରେ ଥିବା COMSATS ୟୁନିଭରସିଟିରେ ଇଂଜିନିୟରିଂ ପ୍ରଶ୍ନପତ୍ରରେ ଏପରି ପ୍ରଶ୍ନ ପଚରାଯାଇଥିଲା । ଡିସେମ୍ବର ୨୦୨୨ ଏହି ପ୍ରଶ୍ନପତ୍ର ଆସିଥିଲା ଯାହାର ସ୍କ୍ରିନସଟ୍‌ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି ପ୍ରଶ୍ନପତ୍ରରେ ଜୁଲି ଏବଂ ମାର୍କ ଭାଇ ଭଉଣୀ ହୋଇଥିବା ନେଇ ଏବେ ପାସେଜ ଲେଖାଯାଇଥିଲା । ସେଥିରେ ଭାଇ ଭଉଣୀଙ୍କ ଇଣ୍ଟିମେଟ୍‌ ସିନ୍‌ ବିଷୟରେ ଲେଖାଯାଇଥିଲା । ଯାହାକୁ ପଢି ଉତ୍ତର ଦେବା ପାଇଁ କୁହାଯାଇଥିଲା ।

ସୂଚନାଯୋଗ୍ୟ, ଏହି ପ୍ରଶ୍ନ ବ୍ୟାଚଲର ଅଫ ଇଲେକ୍ଟ୍ରିକାଲ ଇଂଜିନିୟରିଂ ଟେଷ୍ଟ ପେପର ପଚରାଯାଇଥିଲା। ଯେଉଁଥିରେ ଏକ ପାସେଜ ଦିଆଯାଇଥିଲା । ଆଉ ଲେଖାଯାଇଥିଲା, ଜୁଲି ଏବଂ ମାର୍କ ଭାଇ ଭଉଣୀ । ସେମାନେ ସାଙ୍ଗ ହୋଇ ଖରାଦିନ ଛୁଟି କାଟିବାକୁ ଫ୍ରାନ୍ସ ଯାଇଥିଲେ । ଗୋଟେ ରାତିରେ ଦୁହେଁ ଏକାଠି ରୁମରେ ରହିଥିଲା । ଯଦି ସେମାନଙ୍କୁ ପରସ୍ପର ମଧ୍ୟରେ ପ୍ରେମ ହୋଇଯାଏ, ତେବେ ଅନୁଭବ କେମିତି ରହିବ । ଆଉ ଏଥିରେ କିଭଳି ଜଣେ ଭାଇ କଣ୍ଡୋମ ବ୍ୟବହାର କରି ଶାରୀରିକ ସଂପର୍କ ଭଉଣୀ ସହିତ ସ୍ଥାପନ କରିବାକୁ କୁହାଯାଇଥିଲା । ଏହାପରେ ଛାତ୍ରମାନଙ୍କୁ ଏହା ଉପରେ ପ୍ରଶ୍ନ ପଚରାଯାଇଥିଲା ।

ଆଉ ଏହି ପ୍ରଶ୍ନପତ୍ର ଭାଇରଲ ହେବା ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଉଛି । ଜଣେ ୟୁଜର ଲେଖିଛନ୍ତି, ଏମିତି ପ୍ରଶ୍ନପତ୍ର କରିଥିବା ବିଶ୍ୱବିଦ୍ୟାଳୟକୁ ବନ୍ଦ କରିଦେବା ଉଚିତ । ଶିକ୍ଷକଙ୍କୁ କେବେ ବି ପଢାଇବାକୁ ଦିଆଯିବା ଉଚିତ ନୁହେଁ । ଆଉ ଜଣେ ଲେଖିଛନ୍ତି, ଯିଏ ଏମିତି ପ୍ରଶ୍ନ କରିଛି, ତାଙ୍କୁ ଜେଲ ହେବା ଜରୁରୀ । ଆଉ ଜଣେ କହିଛନ୍ତି, ପାକିସ୍ତାନ ଟପ୍‌ ୟୁନିଭରସିଟିରେ ଯୁବପିଢିଙ୍କ ଭବିଷ୍ୟତ ଅନ୍ଧାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.