Below header

ରାସ୍ତା ପାର୍ ବେଳେ ଶିଶୁକୁ ଧକ୍କା ଦେଲା ଗାଡି, ସିସିଟିଭିରେ କଏଦ ହେଲା ଛାତିଥରା ଦୃଶ୍ୟ

ରାସ୍ତା ପାର ବେଳେ ନାବାଳକକୁ ଧକ୍କା ଦେଲା କାର୍‌ । ୨୦ ମିଟର ଦୂରକୁ ଛିଟିକି ପଡ଼ିଲା ନାବାଳକ । ଦୁର୍ଘଟଣା ପରେ ବଞ୍ଚିଗଲା ଜୀବନ ।

ଖଲ୍ଲିକୋଟ (କେନ୍ୟୁଜ): ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଛାତିଥରା ଦୃଶ୍ୟ । ରାସ୍ତା ପାର୍ ହେଉଥିବା ୭ ବର୍ଷର ନାବଳକକୁ ଧକ୍କା ଦେଲା ଗାଡି । ଏତେ ଜୋରରେ ଧକ୍କା ଦେଇଥିଲା ଯେ ପିଲାଟି କିଛି ବାଟ ଛିଟକି ପଡ଼ିଥିଲା । କିନ୍ତୁ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲା ଜୀବନ । ସିସିଟିଭିରେ କଏଦ ଏହି ଦୃଶ୍ୟ ଯିଏ ଦେଖୁଛି ଆଶ୍ଚଯ୍ୟ ହେଉଛି । ସମସ୍ତଙ୍କ ମୁହଁରୁ ବାହାରି ଆସୁଛି ଗୋଟିଏ କଥା, ଭଗବାନ ପିଲାଟିକୁ ବଞ୍ଚାଇ ଦେଲେ ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କରଣ ସାହିରେ ଏହି ଦୁର୍ଘଟଣା ହୋଇଛି । ଗୁରୁତର ଅବସ୍ଥାରେ ପିଲାଟିକୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ଶିଶୁଟି ରାସ୍ତା ସେପାଖରୁ ପୁଣି ଏପାଖକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଗାଡି ପିଲାଟିକୁ ଧକ୍କା ଦେବା ଫଳରେ ପିଲାଟି ୨୦ ମିଟର ଦୂରରେ ଯାଇ ପଡିଥିଲା । ଗାଡିଟି ପିଲାଟିକୁ ଧକ୍କା ଦେଲା ପରେ ସେଠାରୁ ଫେରାର୍ ହୋଇଯାଇଛି । କିନ୍ତୁ ପିଲାଟି ଗୁରୁତର ଭାବେ ଆହତ ହୋଇଛି । ତେବେ ଦୁର୍ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.