ଭାଇରାଲ୍ ହେଉଛି ଥ୍ରୀ ଇଡିଅଟ୍‌ ଫିଲ୍ମ ପାଇଁ ମାଧବନ ଦେଇଥିବା ଅଡିସନ ଭିଡିଓ, ଜିତିଲେ ସମସ୍ତଙ୍କ ହୃଦୟ

ଭାଇରାଲ୍ ହେଉଛି ଥ୍ରୀ ଇଡିଅଟ୍‌ ଫିଲ୍ମ ପାଇଁ ମାଧବନ ଦେଇଥିବା ଅଡିସନ ଭିଡିଓ। ଏହି ଭିଡିଓ ଦେଖିବା ପରେ ତାଙ୍କ ପ୍ରଶଂସକ ଏବଂ ଅନ୍ଯ ସୋସିଆଲ୍ ମିଡିଆ ୟୁଜର୍ସ ମାନେ ମଧ୍ଯ ଅନେକ ପ୍ରତିକ୍ରିୟା ଦେବା ଆରମ୍ଭ।

ସୋସିଆଲ ମିଡିଆରେ ପ୍ରତ୍ଯେକ ଦିନ କିଛି ନା କିଛି ନୂଆ ନୂଆ ଭିଡିଓ ଭାଇରାଲ ହୋଇଥାଏ। ଏଭଳି ଆପଣମାନେ ତ ଅନେକ ଭିଡିଓ ଦେଖିଥିବେ। ତେବେ ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ଟିକେ ଭିନ୍ନ।

୨୦୦୯ ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଥ୍ରୀ ଇଡିଅଟ୍‌ (3 Idiots) ଫିଲ୍ମ ତ ଆପଣ ନିହାତୀ ଦେଖିଥିବେ। ଏହି ଫିଲ୍ମଟିରେ ପିଲାଠୁ ଆରମ୍ଭ କରି ବୁଢା ସମସ୍ତଙ୍କ ପାଇଁ କିଛି କିଛି ଶିଖିବାର କଥା ଥିଲା। ରାଜକୁମାର ହିରାନୀଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ତିନି ଜଣ ବନ୍ଧୁଙ୍କ ଜୀବନ ବିଷୟରେ ବର୍ଣ୍ଣନା କରାଯାଇଥିଲା। ଯାହା ଦର୍ଶକଙ୍କ ହୃଦୟରେ ଏକ ଛାପ ଛାଡିକି ଯାଇଛି।

କେବଳ ଏତିକି ନୁହେଁ, ଆମୀର ଖାନ, ଶର୍ମାନ ଯୋଶୀ, ଆର ମାଧବନ ଏବଂ ଅନ୍ୟ କଳାକାର ମାନଙ୍କ ଦ୍ୱାରା କରାଯାଇଥିବା ଅଭିନୟକୁ ଲୋକମାନେ ମଧ୍ୟ ବେଶ୍ ପ୍ରଶଂସା କରିଥିଲେ। ତେବେ ବର୍ତ୍ତମାନ, ଫରହାନ କୁରେଶିଙ୍କ ଚରିତ୍ର ପାଇଁ ଆର ମାଧବନ ଦେଇଥିବା ଅଡିସନ ଭାଇରାଲ ହେବାରେ ଲାଗିଛି। ତାଙ୍କ ଅଡିସନ ଭିଡିଓକୁ କ୍ୟାପଚର କରୁଥିବା ସମୟର ଏକ କ୍ଳିପ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓ ଦେଖିବା ପରେ ତାଙ୍କ ପ୍ରଶଂସକ ଏବଂ ଅନ୍ଯ ସୋସିଆଲ୍ ମିଡିଆ ୟୁଜର୍ସ ମାନେ ମଧ୍ଯ ଅନେକ ପ୍ରତିକ୍ରିୟା ଦେବା ଆରମ୍ଭ।

ଭିଡିଓଟିରେ ମାଧବନ ଥ୍ରୀ ଇଡିଅଟ୍‌ ଫିଲ୍ମର କିଛି ଡାଇଲଗ୍ କହୁଥିବାର ନଜର ଅଆସୁଛନ୍ତି। ତାଙ୍କର ଉଚ୍ଚକୋଟିର ଅଭିନୟକୁ ଦେଖି ଦର୍ଶକ ତାଙ୍କୁ ପ୍ରଶଂସା ମଧ୍ଯ କରିଛନ୍ତି।ଗତ ଜାନୁୟାରୀ ୩୧ ତାରିଖରେ ସେୟାର ହେବା ପରଠାରୁ, ଏହି ଭିଡିଓଟି ୨.୨ ମିଲିୟନରୁ ଅଧିକ ଭ୍ୟୁ ପାଇସାରିଥିବାବେଳେ ଏହାର ସଂଖ୍ୟା ଆହୁରୀ ବୃଦ୍ଧି ପାଉଛି।ସେୟାର, ଲାଇକ୍ ଏବଂ କମେଣ୍ଟ ଥମିବାର ନା ନେଉନି ।

ଭିଡିଓ ଉପରେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଏକ ଇନଷ୍ଟାଗ୍ରାମ ବ୍ୟବହାରକାରୀ ପୋଷ୍ଟ କରିଛନ୍ତି, “କେତେ ଭଲ ବ୍ୟକ୍ତିତ୍ବ, ବହୁତ କିଛି ଶିଖିବାର ଅଛି। ଅନ୍ୟ ଜଣେ ପ୍ରତିକ୍ରିୟା ଦେଇଛନ୍ତି, “ସେ ପ୍ରକୃତରେ ସର୍ବୋତ୍ତମ ଅଭିନେତାମାନଙ୍କ ମଧ୍ୟରୁ ଜଣେ!” .ସେହିଭଳି ଆଉ ଜଣେ ମନ୍ତବ୍ୟ ଦେଇ କହିଛନ୍ତି, “ତାଙ୍କୁ କୌଣସି ଅଡ଼ିସନର ଆବଶ୍ୟକ ନାହିଁ।

ତେବେ ୱାର୍କ ଫ୍ରଣ୍ଟରେ, ମାଧବନଙ୍କୁ ଶେଷ ଥର ପାଇଁ ଫିଲ୍ମ ରକେଟ୍ରି: ଦି ନାମ୍ବି ଇଫେକ୍ଟରେ ଦେଖିବାକୁ ମିଳିଥିଲା। ଯାହା ତାଙ୍କର ନିର୍ଦ୍ଦେଶକ ଭାବେ ଡେବ୍ୟୁ ଥିଲା।ଏହି ଚଳଚ୍ଚିତ୍ରଟି ISRO ବୈଜ୍ଞାନିକ ନାମ୍ବି ନାରାୟଣନଙ୍କ ଜୀବନୀ ଉପରେ ଆଧାରିତ ଥିଲା। ଯାହାଙ୍କୁ ଗୁପ୍ତଚର ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିଲା ଏବଂ ପରେ ତାଙ୍କୁ ଦୋଷମୁକ୍ତ କରାଯାଇଥିଲା।