ଭୋଟ ଦେବା ପାଇଁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ସଚେତନତା କାର୍ଯ୍ୟକ୍ରମ

ଖୋର୍ଦ୍ଧା(କେନ୍ୟୁଜ୍) : ଭୋଟ ଦେବା ପାଇଁ ସଚେତନତା କାର୍ଯ୍ୟକ୍ରମ । ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଭୋଟ ଦେବା ପାଇଁ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟ ନେଇ ଏକ ସଚେତନତା ରଥ ଓ କଳାକାରମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକର ଶୁଭାରମ୍ଭ କରାଯାଇଛି । ଏହି ରଥ ଜିଲ୍ଲାର ପ୍ରତ୍ୟେକ ଯାଗା ଯାଇ ଭୋଟ ଦେବା ପାଇଁ ଲୋକଙ୍କୁ ସଚେତନ କରାଇବ । ସବୁ ଭୋଟର, ବିଶେଷତଃ ଦିବ୍ୟାଙ୍ଗମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯିବ ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।