ସାଧାରଣ ନିର୍ବାଚନ ଭୋଟ୍‌ ଗଣତି ପାଇଁ ସଜବାଜ, ୨୩ ତାରିଖରେ ହେବାକୁ ଥିବା ଭୋଟ ଗଣତି ନେଇ ଭୁବନେଶ୍ୱରରେ ରିଟର୍ଣ୍ଣିଂ ଅଫିସରଙ୍କୁ ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଭୋଟ୍‌ ଗଣତି ପାଇଁ ସଜବାଜ । ୨୩ ତାରିଖରେ ହେବାକୁ ଥିବା ଭୋଟ ଗଣତି ନେଇ ଭୁବନେଶ୍ୱରରେ ରିଟର୍ଣ୍ଣିଂ ଅଫିସରଙ୍କୁ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜୟଦେବ ଭବନରେ ଆୟୋଜିତ ସ୍ୱତନ୍ତ୍ର ମଡେଲ ଭୋଟଗଣତି କେନ୍ଦ୍ରରେ ୧୫ ଜିଲ୍ଲାର ୭୦ ଜଣ ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯିବ । ସକାଳ ୯ଟାରୁ ସନ୍ଧ୍ୟା ସାଢେ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶିକ୍ଷଣ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ଓ ଆସନ୍ତାକାଲି ଭୁବନେଶ୍ୱରରେ ରିଟର୍ଣ୍ଣିଂ ଅଫିସରଙ୍କୁ ଟେନିଂ ଦିଆଯିବା ପରେ ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରର ନିର୍ବାଚନ ଅଧିକାରୀଙ୍କୁ ସମ୍ପୃକ୍ତ ଜିଲ୍ଲାସ୍ତରରେ ପ୍ରଶିକ୍ଷଣ ଦିଆଯିବ । ଚଳିତ ଥର ନିର୍ବାଚନରେ ଇଭିଏମ ସହ ଭିଭିପାଟରେ ମତଦାନ ଗ୍ରହଣ କରାଯାଇଥିବାରୁ ଭୋଟ ଗଣତି ବେଳେ ଯେପରି ନିର୍ଭୁଲ ଭାବେ ଇଭିଏମ ଓ ଭିଭିପାଟ ମେସିନର ରେକଡିଂ ସହ ଭିଭିପାଟରୁ ବାହାରୁଥିବା ଚିରୁକୁଟ ସହ ମେଳ କରାଯିବ । ଏ ନେଇ ପ୍ରଶିକ୍ଷଣ ଦେବାକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.