ଏହି ଆଇପିଏସ ଅଧିକାରୀଙ୍କ ଘରେ ଚାଲିଥିଲା ନିଶା ଦ୍ରବ୍ୟ କାରଖାନା, ଚଢ଼ାଉ ପରେ ଜବତ ହେଲା ୧୦୦୦ କୋଟିର ସ୍ୟୁଡୋଫେଡରିନ୍‌

ନୂଆଦିଲ୍ଲୀ: ନୋଇଡାର ଏକ କାରଖାନା ଆଗରୁ ୧୮୦୦ କିଲୋ ସ୍ୟୁଡୋଫେଡରିନ୍‌ ଏବଂ ୨ କିଲୋ କୋକେନ୍‌ ଜବତ କରିଛି ନା‌େର୍କାଟିକ୍ସ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) । ଏହି ନଶାଦ୍ରବ୍ୟର ମୂଲ୍ୟ ପ୍ରାୟ ୧୦୦୦ କୋଟି ହେବ ବୋଲି ଅନୁମାନ କରାଯାଉଛି। ଏହି ମାମଲାରେ ୨ ଜଣ ନାଇଜେରିଆ ନାଗରିକ ଏବଂ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ତେବେ ଏହି କାରଖାନା ଜଣେ ଆଇପିଏସ୍‌ ଅଧିକାରୀଙ୍କ ଘରେ ଚାଲୁଥିବାରୁ ଏହି ମାମଲାକୁ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି। ଅଧିକାରୀ ଜଣକ ହେଉଛନ୍ତି ଉତ୍ତର ପ୍ରଦେଶ ଅର୍ଥନୈତିକ ଅପରାଧ ଶାଖାରେ କାର୍ଯ୍ୟରତ ଆଇପିଏସ୍‌ ଦେବେନ୍ଦ୍ର ପିଏନ୍‌ ପାଣ୍ଡେ। ସେ ତାଙ୍କ ଘରକୁ ଭଡ଼ାରେ ଦେଇଥିବା ବେଳେ ସମ୍ପୃକ୍ତ ବିଦେଶୀ ନାଗରିକଙ୍କ ପରିଚୟ ପୁଲିସ ଦ୍ବାରା ଯାଞ୍ଚ କରାଯାଇନଥିଲା।

ସୂଚନା ମୁତାବକ, ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜଣେ ଆଫ୍ରିକୀୟ ମହିଳାଙ୍କଠାରୁ ଏନ୍‌ସିବି ମେ’ ୯ରେ ୨୪.୭ କିଲୋ ସ୍ୟୁଡୋଫେଡ୍‌ରିନ୍‌ ଜବତ କରିଥିଲା। ତାଙ୍କୁ ଜେରା ପରେ ନୋଇଡାର ସେକ୍ଟର-୪ରେ ଥିବା ଏକ ଘର ଉପରେ ମେ’ ୧୦ ତାରିଖରେ ଚଢଉ କରାଯାଇଥିଲା।  ଚଢଉ ବେଳେ ବିପୁଳମାତ୍ରାର ଏହି ନିଶାଦ୍ରବ୍ୟ ଜବତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.