ଜାନୁଆରୀ ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା, ବୃଦ୍ଧି ହୋଇଛି ସଂଶୋଧନ ଅବଧି

ଭୁବନେଶ୍ବର (କେନ୍ଯୁଜ୍) : ଜାନୁଆରୀ ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଚାଲିଛି। ସଂଶୋଧନର ଅବଧି ସମୟ ବଢ଼ାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ  ସୁରେନ୍ଦ୍ର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଲିକା ସଂଶୋଧନ ପାଇଁ ୪ଲକ୍ଷ ୫୯ହଜାର ୪୨ଟି ଫର୍ମ ହସ୍ତଗତ ହୋଇଛି। ୨୩ଲକ୍ଷରୁ ଅଧିକ ଆବେଦନ ଫର୍ମ ହସ୍ତଗତ ହୋଇଛି। ପ୍ରତି ଜିଲ୍ଲାରେ ସବ୍‌କଲେକ୍ଟର ଫର୍ମ ଚେକ୍‌ କରିବେ। ବାଦ୍‌ ପଡ଼ିଥିବା ଭୋଟର ପୁନଃ ଆବେଦନ କରିପାରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ରାଜ୍ୟରେ ପ୍ରାୟ ୩ କୋଟି ୨୪ ଲକ୍ଷ ଭୋଟର ଅଛନ୍ତି। ୨ ଲକ୍ଷ ଦିବ୍ୟାଙ୍ଗ ଭୋଟରଙ୍କୁ ଚିହ୍ନଟ କରାଯାଇଛି। । ନିର୍ବାଚନ ପାଇଁ ସାରା ରାଜ୍ୟରେ VVPAT ବ୍ୟବସ୍ଥା କରାଯାଇଛି। ମୋଟ ବୁଥ୍‌ ସଂଖ୍ୟା ୩୭ ହଜାର ୬୦୬ ରହିଛି। ୮୯ହଜାର ୩୩୭ଟି ବାଲାଟ୍‌ ୟୁନିଟ୍‌ ରହିଛି। ନିର୍ବାଚନ ପାଇଁ ୮୯ ହଜାର ୩୫୧ଟି VVPAT ମେସିନ୍‌ ରହିଛି। ଇଭିଏମ୍‌ ମେସିନର ପ୍ରାଥମିକ ଯାଞ୍ଚ ସରିଛି। ୨୫ ଜାନୁଆରୀ ସୁଦ୍ଧା ସମସ୍ତ ଯାଞ୍ଚ ସରିବ।

ଯଦିଓ ପୂର୍ବରୁ ବିଜେପୁର ଉପନିର୍ବାଚନରେ VVPAT ବ୍ୟବହାର କରଯାଇଛି, ତଥାପି ପ୍ରଥମ ଥର ପାଇଁ  ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଇଭିଏମର ସ୍ୱଚ୍ଛତା ପାଇଁ VVPAT ବ୍ୟବହାର ହେବ । ତେଣୁ ଏ ବାବଦରେ ଭୋଟରଙ୍କୁ ଆସନ୍ତା ୭ ତାରିଖରୁ ସଚେତନ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.