Below header

‘ସାଙ୍ଗ ମାନଙ୍କ ଆଗରେ ମଧ୍ୟ ପିଟୁଥିଲେ’, ଏମିତି କହି ନିଜ ଦୁଃଖ ବଖାଣିଛନ୍ତି ଅଭିନେତ୍ରୀ ଟୀନା ଦତ୍ତା

ଟିଭି ଅଭିନେତ୍ରୀ ଟୀନା ଦତ୍ତା ସିରିୟଲରେ ‘ଉତ୍ତରଣ’ ଦ୍ବାରା ବହୁତ ଲୋକପ୍ରିୟ ହାସିଲ କରିଛନ୍ତି। ସେ ଏହି ସିରିୟଲରେ ଅଭିନେତ୍ରୀ ‘ଇଚ୍ଛା’ ଭୂମିକାରେ ଅଭିନୟ କରୁଥିଲେ। ବର୍ତ୍ତମାନ ଟୀନା ଟିଭି ଶୋ ‘ଡାୟନ’ରେ ନଜର ଆସୁଛନ୍ତି। ଟୀନା ଜଣେ ପଢ଼ା ଲେଖା କରିଥିବା ସ୍ବତନ୍ତ୍ର ଝିଅ ଅଟନ୍ତି। କିନ୍ତୁ ଏହି ଅଭିନେତ୍ରୀ ଜଣାଇଥିଲେ ଯେ ସେ ଏମିତି ଏକ ରିଲେସନସିପରେ ରହି ସାରିଛନ୍ତି ଯେଉଁଥିରେ ସେ ବହୁତ ସମସ୍ୟାରେ ପଡି ସାରିଛନ୍ତି। ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ଟୀନା ସେ ଏହି ସମ୍ପର୍କରେ ନିର୍ଜାତିତ ହୋଇଛନ୍ତି। ଟୀନା କହିଲେ ଯେ ୨୦୧୫ରେ ସେ ସମ୍ପର୍କକୁ ଶେଷ କରିଦେଲେ।

ଟୀନା ଜଣାଇଥିଲେ ଯେ ସେ ଏହି ରିଲେସନସିପରେ ସବୁ କିଛି ସହୁ ଥିଲେ। କାରଣ ସେ ସେହି ବ୍ୟକ୍ତିଙ୍କୁ ବହୁତ କେୟାର କରୁଥିଲେ ଏବଂ ତାଙ୍କ ସହିତ ରହିବାକୁ ଚାହୁଁଥିଲେ। ଅଭିନେତ୍ରୀ ଜଣଙ୍କ ସବୁ ପରିସ୍ଥିତିରେ ବି ତାଙ୍କ ସହିତ ରହିବାକୁ ଚାହୁଁଥିଲେ। କିନ୍ତୁ ପରେ ଟୀନାଙ୍କୁ ଅନୁଭବ ହେଲା ଯେ ତାଙ୍କ ସହିତ ଯାହା ବି ହଉଛି ଠିକ ହେଉନାହିଁ।

tinaଟୀନା କହିଲେ ଯେ,‘ମୁଁ ଏକ ରିଲେସନସିପରେ ଥିଲି, ସେହି ବ୍ୟକ୍ତି ଇଣ୍ଡଷ୍ଟ୍ରୀର ନୁହଁନ୍ତି। ଆମେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସମ୍ପର୍କରେ ଥିଲୁ। ଆମର ସାକ୍ଷାତ ଏକ ବନ୍ଧୁଙ୍କ ଜରିଆରେ ହୋଇଥିଲା। ସେ ବହୁତ ଗାଳି ଗୁଲଜ କରୁଥିଲେ। ସେ ମୋତେ ଶାରୀରିକ ଏବଂ ମାନସିକ ଭାବରେ ମୋତେ ନିର୍ଯାତନା ଦେଉଥିଲେ। ଏତିକି ନୁହେଁ ସେ ମୋତେ ସାଙ୍ଗ ମାନଙ୍କ ଆଗରେ ମଧ୍ୟ ମୋ ସହିତ ଖରାପ ବ୍ୟବହାର କରୁଥିଲା ଏବଂ ମୋ ଉପରେ ହାତ ଉଠାଉଥିଲ।

ଟୀନା କହିଥିଲେ ଯେ,‘ମୁଁ କେବେ ବି ମୋ ରିଲେସନ ସହିତ ପବ୍ଲିକକୁ ଯିବାକୁ ଚାହେଁ ନାହିଁ। କିନ୍ତୁ ବର୍ତ୍ତମାନ ମୋତେ ଲାଗୁଛି କି ମୋତେ ଏହି ବିଷୟରେ କହିବା ଆବଶ୍ୟକ। ଏହି ନିର୍ଜାତିତ ସମ୍ପର୍କ ପରେ ମୁଁ ମୋ ଜୀବନରେ ସେଟଲ ହେବାକୁ ଚାହୁଁଛି। ମୁଁ ସବୁବେଳେ ପ୍ରେମ ବିବାହ କରିବାକୁ ଚାହେଁ। କିନ୍ତୁ ସବୁ ଭଗବାନଙ୍କର ଉଚ୍ଛା। ମୁଁ ଇଣ୍ଡଷ୍ଟ୍ରୀରେ କୌଣସି ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଁ ନାହିଁ। ଖାସ କରି ଅଭିନେତାଙ୍କୁ ବିଲକୁଲ ବି ନୁହେଁ। ମୁଁ ବହୁତ ଅଭିନେତାଙ୍କର ଅସଫଳ ବିବାହ ଦେଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.