ଭଦ୍ରକ ଜିଲ୍ଲାର ନଲଗୋହିରାରେ ପ୍ରଥମ ଥର ପାଇଁ ଉଦଘାଟିତ ହେଲା ଓ୍ୱାଟର ଏଟିଏମ୍

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ନଳଗୋହିରା ପଂଚାୟତରେ ସରକାରଙ୍କ ତରଫରୁ ଓ୍ୱାଟର ଏଟିଏମ ସେବା କାର୍ଯ୍ୟକାରି କରିଛନ୍ତି ସ୍ଥାନୀୟ ସରପଂଚ। ଯେଉଁଥିରେ ପ୍ରଥମେ ଏଟିଏମରେ ଟଙ୍କା ପଶାଇବା ପରେ ଥଣ୍ଡା ଓ ସାଧାରଣ ପାଣି ପାଇପାରିବେ ଲୋକମାନେ ।ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ୫ଲକ୍ଷ ଟଙ୍କା ବ୍ୟୟରେ ନଳଗୋହିରା ବଜାରରେ ଏହି ଓ୍ୱାଟର ଏଟିଏମର ବ୍ୟବସ୍ଥା କରାଯାଇଛି ।

ସ୍ଥାନୀୟ ସରପଂଚ ଏହାର ଶୁଭାରମ୍ଭ କରିଥିଲେ। ତେବେ ଏହି ଯୋଜନା ଭଦ୍ରକ ଜିଲ୍ଲାରେ ପ୍ରଥମ କରି ଏହି ପଂଚାୟତରେ ଶୁଭାରମ୍ଭ କରାଯାଇଛି । ନିଶ୍ଚିତ ଭାବେ ଲୋକମାନେ ଏହାଦ୍ୱାରା ଉପକୃତ ହେବା ସହ ଏହାକୁ ଦେଖି ଅନ୍ୟ ପଂଚାୟତମାନେ ମଧ ବେଳି ଓାଟର ଏଟିଏମ ନିଜ ନିଜ ପଂଚାୟତରେ କାର୍ଯ୍ୟକାରି କରିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ସ୍ଥାନୀୟ ସରପଂଚ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.