Below header

ଆଦିତ୍ୟ ନାରାୟଣଙ୍କ ସହିତ ନଜର ଆସିଥିଲେ ନେହାଙ୍କ ଭାବି ସ୍ୱାମୀ ରୋହନପ୍ରିତ ସିଂହ, ଦେଖନ୍ତୁ ଭିଡିଓ

ନେହା କକ୍କର ରୋହନପ୍ରିତ ସିଂହ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ ଦୁଇ ବିବାହକୁ ନେଇ ଅନେକ କଥା ମଧ୍ୟ ସାମ୍ନାକୁ ଆସିଛି। ଆଦିତ୍ୟ ନାରାୟଣଙ୍କ ସମେତ ଅନେକ ସେଲିବ୍ରିଟୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏବେ ସୋସିଆଲ ମିଡିଆରେ ରୋହନପ୍ରିତ ସିଂହଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ସାଉଁଟୁଛି। ଏହି ଭିଡିଓ ସେତେବେଳ ର ଅଠେ ଯେତେବେଳେ ରୋହନପ୍ରିତ ସିଂହ ସା ରେ ଗା ମା ପା ଲିଟିଲ ଚାମ୍ପସରେ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ। ସେହି ସମୟରେ ଏହି ଶୋ କୁ ଆଦିତ୍ୟ ନାରାୟଣ ହୋଷ୍ଟ କରିଥିଲେ।

ରୋହନପ୍ରିତ ସିଂହ ଏହି ଭିଡିଓରେ ଲଡକି ବଡି ଅଞ୍ଜାନୀ ହେବ ଗୀତ ଗାଉଥିବା ଦେଖିବାକୁ ମିଳୁଛି। କାଜୋଲକୁ ନିଜ ଗୀତରେ ପରଫର୍ମ କରିବାକୁ କୁହାଗଲା। କାଜୋଲ ନିଜ ସ୍ୱାମୀ ଅଜୟ ଦେବଗନଙ୍କ ସହିତ ଶୋରେ ଗେଷ୍ଟ ହୋଇ ଆସିଥିଲେ। ରୋହନପ୍ରିତ ସିଂହଙ୍କ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓକୁ ୟୁଟ୍ୟୁବରେ ପୋଷ୍ଟ କରାଯାଇଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନେହା କକ୍କର ଏବଂ ରୋହନପ୍ରିତ ସିଂହଙ୍କ ପ୍ରଥମ ଗୀତ ‘ନେହା ଦା ବ୍ୟାହ’ ରିଲିଜ ହେବାକୁ ଯାଉଛି। ଯାହାର ପୂରା ପ୍ରସ୍ତୁତି ହୋଇଗଲାଣି। ଏହି ଗୀତ ୨୧ ଅକ୍ଟୋବରରେ ରିଲିଜ ହେବ। ଯେଉଁଥିରେ ଲେଖାଅଛି ନେହା କକ୍କର ୱେଡ୍ସ ରୋହନପ୍ରିତ ସିଂହ। ଏହି ଗୀତର ପୋଷ୍ଟରକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଏହାସହିତ ଏହା ମଧ୍ୟ ଆପଣ ଜାଣିଥିବେ ଏହାପୂର୍ବରୁ ଆଦିତ୍ୟ ଏବଂ ନେହାଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ବୋବାଲ ମଚିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.