କ୍ୟାପେଟେନସିପ ଛାଡ଼ିବେ ଦୀନେଶ କାର୍ତ୍ତିକ, ଇୟୋନ ମୋରଗାନ ଧରିବେ କେକେଆର ମଙ୍ଗ

ଇଣ୍ଡିୟାନ ପ୍ରିମିୟର ଲିଗର ଅନ୍ୟତମ ଫ୍ରାଞ୍ଚାଇଜି ଟିମ କୋଲକାତା ନାଇଟ ରାଇଡ଼ର୍ସର ଅଧିନାୟକ ଦୀନେଶ କାର୍ତ୍ତିକ ନିଜ କ୍ୟାପଟେନ ପଦ ଛାଡିବା ନେଇ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଲିଗରେ ଟିମର ସେତେଟା ଭଲ ପ୍ରଦର୍ଶନ ନହେବା କାରଣରୁ ଦୀନେଶଙ୍କ କ୍ୟାପଟେନସିପକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୦୧୯ରେ ଇଂଲଣ୍ଡକୁ ବିଶ୍ୱକପ ଜିତେଇବାରେ ମୁଖ୍ୟ ଭୂମିକା ନେଇଥିବା ଇୟୋନ ମୋରଗାନକୁ କୋଲକାତା ଟିମର ଭାର ଦିଆଯିବା ନେଇ ଦୀନେଶ କର୍ତ୍ତୀକ ନିଷ୍ପତ୍ତି ନେବା ସହ ଏନେଇ ସୁପାରିଶ ମଧ୍ୟ କରିଛନ୍ତି । ଏକ ଇଂରାଜୀ ୱେବସାଇଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଜଣେ ଉତ୍ତମ କ୍ୟାପଟେନ ଭାବେ ନିଜକୁ ସାବ୍ୟସ୍ତ କରି ପାରିନଥିବାରୁ ହିଁ ଦୀନେଶ ଏମିତି ଏକ ବଡ ନିଷ୍ପତ୍ତି ନେଇଛନ୍ତି ।

କୋଲକାତା ନାଇଟ ରାଇଡ଼ର୍ସ ବା କେକେଆର ତରଫରୁ ସୋସିଆଲ ମିଡିଆରେ ଏବାବଦରେ ସୂଚନା ମଧ୍ୟ ଦିଆଯାଇଛି । ଏକ ଟ୍ୱିଟର ହ୍ୟାଣ୍ଡଲରେ କେକେଆର ତରଫରୁ ଲେଖାଯାଇଥିଲାକି, “ଦୀନେଶ କାର୍ତ୍ତିକ ଇୟନ ମୋରଗାନ ମିଳିତ ଭାବରେ ଏଯାବତ ଖୁବ ଉନ୍ନତ ପ୍ରଦର୍ଶନ ଦେଇଛନ୍ତି । କିନ୍ତୁ ଏବେ କ୍ୟାପଟେନ ସିପ ଇୱାନ ହିଁ ସମ୍ଭାଳିବେ ।” କହିରଖିବା ଉଚିତ ହେବକି ଚଳିତ ଥର କୋଲକାତା ଟିମ ସାତ ଟି ମ୍ୟାଚ ଖେଳିଥିବା ବେଳେ ଏମଧ୍ୟରୁ ୪ ଟିରେ ଜିତିଥିବା ବେଳେ ବାକି ତିନିଟିରେ ହାରର ସାମ୍ନା କରିଛି । ମେରିଟ ଲିସ୍ଟରେ ଏବେ ଦଳ ୪ର୍ଥ ସ୍ଥାନରେ ରହିଛି ଦଳ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.