ଲଗାଣ ବର୍ଷାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର

ବାଲେଶ୍ୱର: ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି ଜଳକା ନଦୀର ଜଳସ୍ତର । ଗତ ଦୁଇ ଦିନ ଧରି ବାଲେଶ୍ୱର ଜିଲ୍ଲାରେ ବର୍ଷା ଲାଗି ରହିଛି । ଏହାସହ ନଦୀର ଉପର ମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟରରେ ଥିବେ ବେଳେ ସକାଳ ୮ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୩ ମିଟରରେ ପ୍ରଭାବିତ ହେଉଛି ।

ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଚିତ୍ରଡା, ଶୁଳିଆପଦା ଅଞ୍ଚଳରେ ପ୍ରବଳ ବର୍ଷା ହେବା ଯୋଗୁ ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି ଜଳସ୍ତର ବୃଦ୍ଧି ହେବା ଫଳରେ ବସ୍ତା ବ୍ଲକ୍‌ର ୭ଟି ପଞ୍ଚାୟତ ଦୁଧହଂସା ଓ ସଦର ବ୍ଳକ୍‌ର ୨ଟି ପଞ୍ଚାୟତ ଶ୍ରୀରାମପୁର ଓ ରସୁଲପୁର ପଞ୍ଚାୟତର ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.