ବଢ଼ୁଛି ତାତି : ସାରା ରାଜ୍ୟରେ ଖରାର ପ୍ରକୋପ

ଭୁବନେଶ୍ବର (କେନ୍ୟୁଜ୍) : ସାରା ରାଜ୍ୟରେ ଖରାର ପ୍ରକୋପ । ବଢ଼ୁଛି ତାତି । ଡେଉଁଛି ପାରଦ । ଅସ୍ତବ୍ୟସ୍ତ ଜନଜୀବନ । ଗତକାଲି ୯ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ତାଳଚେର ଥିଲା ସବୁଠୁ ଉତ୍ତପ୍ତ ସହର । ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୩.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ରହୁଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ଦିନ ୧୦ଟା ପରଠାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଆଗକୁ ତାତି ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.