ଆସନ୍ତା ୨ରୁ ୩ଦିନ ଯାଏଁ ଶୁଖିଲା ରହିବ ପାଗ, କିଛି ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ହୋଇପାରେ ବର୍ଷା

ଭୁବନେଶ୍ବର: ଆସନ୍ତା ୨ରୁ ୩ଦିନ ଯାଏଁ ପାଗ ଶୁଖିଲା ରହିବ । ରାଜ୍ୟର କିଛି ସ୍ଥାନରେ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ପାଣିପାଗ ବିଭାଗ ନିର୍ଦ୍ଦେଶକଙ୍କ ସୁଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ସମ୍ବଲପୁରର ଯୁଯୁମରା ଠାରେ ୪୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ରାଜ୍ୟରେ ମୌସୁମୀ ସକ୍ରିୟ ଥିବାରୁ ମେଘୁଆ ପାଗ ଓ ବର୍ଷା ଲାଗି ରହିବ । ତେବେ ଆସନ୍ତା ୨୫ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ୨୫ ତାରିଖରେ ମୁଖ୍ୟତଃ ଦକ୍ଷିଣ ଓଡିଶାର ୩ ରୁ ୪ ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୬ ତାରିଖ ବେଳକୁ ମଧ୍ୟ ଅନ୍ୟ କିଛି ଜିଲ୍ଲା ମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.