ପୁଣି ଜଣେ ୱେବ ସାମ୍ବାଦିକଙ୍କ କଳାକାରନାମା, ପ୍ରେମ ଜାଲରେ ଯୁବତୀଙ୍କୁ ଫସାଇ ଲୁଟିନେଲେ ଅଢେଇ ଲକ୍ଷ ଟଙ୍କା

ଝାରସୁଗୁଡ଼ା(କେନ୍ୟଜ୍):ଯୁବତୀକୁୁ ପ୍ରତାରଣା କରି ଲୁଟ୍‌। ୱେବ ସାମ୍ବାଦିକ ଗିରଫ । ଝାରସୁଗୁଡ଼ା ବଡ଼ମାଲ ଥାନା ଅଞ୍ଚଳରୁ ଆସିଛି ଅଭିଯୋଗ। ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବାହା ହେବାର ପ୍ରଲୋଭନ ଦେଖାଇଥିଲା। ପରେ ଯୁବତୀଙ୍କ ଆକାଉଣ୍ଟରେ ଥିବା ଅଢେଇ ଲକ୍ଷ ଟଙ୍କା ହାତେଇ ନେଇ ଫେରାର ଥିବା ଜଣେ ପୋର୍ଟାଲ ସାମ୍ବାଦିକକୁ ପୋଲିସ ଗିରଫ କରିଛି । ଝାରସୁଗୁଡା ଏସ୍‌ଡିପିଓ ନିର୍ମଳ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।

ମେ’ ମାସରେ ଦୀପକ ଦେହୁରୀ ନାମକ ଜଣେ ବିବାହିତ ଯୁବକ ମିଛ କହି ବଡ଼ମାଲ ଥାନା ଅଞ୍ଚଳର ଜଣେ ଯୁବତୀକୁ ପ୍ରେମ ଜାଲରେ ଫସାଇ ଅପହରଣ କରିଥିଲା। ତାକୁ ରାଉରକେଲା ନେଇ ବିଭିନ୍ନ ସ୍ଥାନରେ ରଖିଥିବାର ଅଭିଯୋଗ ହୋଇଛି। ସେ ବିବାହିତ ବୋଲି ଯୁବତୀ ଜଣକ ଖସିଆସି ଥାନାରେ ଅଭିଯୋଗ କରିଥିଲେ। ଆକାଉଣ୍ଟରେ ଥିବା ଟଙ୍କାକୁ ସେହି ଯୁବକ କୌଶଳ କରି ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଇଥିଲା। ପୋଲିସ ଏହି ଯୁବକକୁ ଆଜି ସୁନ୍ଦରଗଡ଼ ଦର୍ଲିପାଲିଠାରୁ ଗିରଫ କରିଛି। ତା’ ପାଖରୁ ଏକ ପୋର୍ଟାଲର ସାମ୍ବାଦିକ ପରିଚୟପତ୍ର, ବିଭିନ୍ନ ସନ୍ଦିଗ୍ଧ କାଗଜପତ୍ର ଜବତ କରାଯାଇଥିବା SDPO ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.