Below header

ସେପ୍ଟେମ୍ବର ଗାଇଡଲାଇନ : ରାଜ୍ୟବ୍ୟାପୀ ଉଠିଲା ସପ୍ତାହାନ୍ତ ସଟ୍‌ଡାଉନ୍‌, ସମସ୍ତ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ବଳବତ୍ତର

ଭୁବନେଶ୍ୱର(କେନ୍ୟୁଜ୍‌) : ଆଗକୁ ଆସୁଛି ପାର୍ବଣ ଋତୁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । ନୂଆ ଗାଇଡଲାଇନ ସମ୍ପର୍କରେ ସୂଚନା ଦେଇଛନ୍ତି ଏସ୍‌ଆର୍‌ସି । ନୂଆ ଗାଇଡଲାଇନ ଅକ୍ଟୋବର ୧ ତାରିଖ ଯାଏ ବଳବତ୍ତର ରହିବ । ତେବେ ଧାର୍ମିକ, ସାମାଜିକ ଓ ରାଜନୈତିକ ସମାବେଶ ପାଇଁ କଟକଣା ବଳବତ୍ତର ରହିବ । ସାରା ରାଜ୍ୟରେ ସକାଳ ୫ ଟାରୁ ରାତି ୧୦ ଟା ଯାଏ ଦୋକାନ ବଜାର ଖୋଲା ରହିବ ।

ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ଉଠିବା ନେଇ ସରାକରା ଘୋଷଣା କରିଛନ୍ତି । ହେଲେ ସାରା ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରି ରହିବ । ରାତି ୧୦ ରୁ ସକାଳ ୫ ଟା ଯାଏ ନାଇଟ କର୍ଫ୍ୟୁ । ବାହାଘର, ବ୍ରତ ଓ ଅନ୍ତ୍ୟେଷ୍ଟି ଆଦି କାର୍ଯ୍ୟରେ ୨୫୦ ଲୋକଙ୍କୁ ମିଳିଲା ଅନୁମତି । ପରିବାର, ପୁରୋହିତ ଓ ବ୍ୟାଣ୍ଡପାର୍ଟି ଲୋକଙ୍କୁ ମିଶାଇ ଯାଇପାରିବେ ୨୫୦ ଲୋକ । ବରଯାତ୍ରୀରେ ୫୦ ଲୋକ ଯାଇପାରିବେ । ମେଳା, ମହୋତ୍ସବ ଓ ପ୍ରଦର୍ଶନୀ ଉପରେ କଟକଣା ଜାରି ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ସିନେମା ହଲରେ ଯେତିକି ସିଟି ଥିବ ସେତିକି ଲୋକ ଯାଇପାରିବେ । ପ୍ରେକ୍ଷାଳୟ, ଅଡିଟୋରିୟମ କୋଭିଡ ଗାଇଡ ଲାଇନ୍‌ ମାନି ମିଟିଂ କରିବେ । ସମସ୍ତ ମ୍ୟୁଜିୟମ୍‌ ଓ ପାଠାଗାର କୋଭିଡ ନିୟମ ମାନି ଖୋଲି ପାରିବ ।

.  ରାଜ୍ୟରୁ ଉଠିଲା ସପ୍ତାହାନ୍ତ ସଟ୍‌ଡାଉନ।

. ନୂଆ ଗାଇଡଲାଇନ ଅକ୍ଟୋବର ୧ ତାରିଖ ଯାଏ ବଳବତ୍ତର ରହିବ ।

. ହେଲେ ସାରା ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରି ରହିବ ।

. ତେବେ ଧାର୍ମିକ, ସାମାଜିକ ଓ ରାଜନୈତିକ ସମାବେଶ ପାଇଁ କଟକଣା ବଳବତ୍ତର ରହିବ ।

. ବାହାଘର, ବ୍ରତ ଓ ଅନ୍ତ୍ୟେଷ୍ଟି ଆଦି କାର୍ଯ୍ୟରେ ୨୫୦ ଲୋକଙ୍କୁ ମିଳିଲା ଅନୁମତି ।

. ବରଯାତ୍ରୀରେ ୫୦ ଲୋକ ଯାଇପାରିବେ ।

. ମେଳା, ମହୋତ୍ସବ ଓ ପ୍ରଦର୍ଶନୀ ଉପରେ କଟକଣା ଜାରି ରହିବ ।

.  ସିନେମା ହଲରେ ଯେତିକି ସିଟି ଥିବ ସେତିକି ଲୋକ ଯାଇପାରିବେ । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.