Huaweiର ଏମିତି ଫୋନ, ଯାହାର ସ୍କ୍ରିନ୍‌ ଆପେ ହୋଇଯିବ ୬ରୁ ୧୧ ଇଞ୍ଚ; ଜାଣନ୍ତୁ ଫିଚର୍ସ

Huawei ଆଉ ଏକ ସ୍ମାର୍ଟଫୋନର ପେଟେଣ୍ଟ କରେଇଛି, ଯେଉଁଥିରେ ରୋଲ୍‌ କରିବା ଯୋଗ୍ୟ ଡିସ୍‌ପ୍ଲେ ରହିଛି। ନିକଟରେ ଆର୍କ ଡିସ୍‌ପ୍ଲେ ଥିବା ଫୋନର ଖବର ଚର୍ଚ୍ଚାକୁ ଆସିଥିଲା। ଏବେ ନୂଆ ପେଟେଣ୍ଟ ରୋଲେବଲ୍‌ ଡିସ୍‌ପ୍ଲେ ଏବଂ ଟ୍ରିପଲ କ୍ୟାମେରା ସେଟ୍‌ଅପ ସହିତ ଆଉ ଏକ ଫ୍ୟୁଚରିଷ୍ଟିକ୍‌ ମେଟ୍‌ ମଡେଲର ଖୁଲାସା କରୁଛି।

ରିପୋର୍ଟ ଅନୁସାରେ, Huawei ନୂଆ ଡିଭାଇସ୍‌ର ପେଟେଣ୍ଟ କରେଇଛି, ଯାହା ଡିସ୍‌ପ୍ଲେର ଚାରିପଟୁ ର‍୍ୟାପ୍‌କୁ ସପୋର୍ଟ କରିଥାଏ। ଏହା ଫ୍ରଣ୍ଟ ସାଇଡ୍‌ ଏବଂ ଅଧିକାଂଶ ରିୟର ପ୍ୟାନେଲକୁ ବି କଭର କରିଥାଏ। ଆସନ୍ତୁ ଜାଣିବା ଏହା ବିଷୟରେ ଖାସ୍‌ କଥା। ଫୋନ୍‌ର ସବୁଠାରୁ ଖାସ୍‌ କଥା ହେଉଛି, ଡିସ୍‌ପ୍ଲେକୁ ସାମ୍ନା ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଟଣା ଯାଇପାରିବ, ଯାହାକି ଡିସ୍‌ପ୍ଲେକୁ ଛୋଟ ଟ୍ୟାବଲେଟ ସାଇଜ୍‌ ପର୍ଯ୍ୟନ୍ତ ବଢ଼ାଇ ଦେଇଥାଏ। କୁହାଯାଉଛି କି, ରାଇଡ୍‌ ସାଇଡ୍‌ରେ ସ୍କ୍ରିନ୍‌ ଟଣା ଯାଇପାରିବ।

୬.୫ ଇଞ୍ଚରୁ ୧୧ ଇଞ୍ଚ ହୋଇଯିବ ସ୍କ୍ରୀନ୍‌

ଟ୍ୟାବଲେଟ ଫର୍ମାଟ୍‌ ପାଇଁ ୬.୫ ଇଞ୍ଚ୍‌ର ଡିସ୍‌ପ୍ଲେ ୧୧ ଇଞ୍ଚ ଆକାର ପର୍ଯ୍ୟନ୍ତ ପହଞ୍ଚି ପାରିବ। ଆଶା କରାଯାଉଛି କି, ମେଟ୍‌ ସିରିଜ୍‌ରେ ଏହି ପ୍ରକାରର ଫୋନ୍‌ ଲଞ୍ଚ ହୋଇପାରେ। ସାମ୍ନା ପଟେ ଗୋଟିଏ ଡିସ୍‌ପ୍ଲେ କ୍ୟାମେରା ଟେକ୍ନିକ ବି ରହିପାରେ, ଯେତେବେଳେ କି ପଛରେ ଏକ ଟ୍ରିପଲ କ୍ୟାମେରା ସେଟ୍‌ଅପ ପ୍ରଦାନ କରିଥାଏ। ଆପଣଙ୍କୁ କହି ରଖୁଛୁ, ଏହା ଏବେ ବି ଏକ ପେଟେଣ୍ଟ। ବର୍ତ୍ତମାନ କିଛି ଜଣାପଡ଼ି ନାହିଁ କି, କମ୍ପାନୀ ଏହା ଉପରେ କାମ କରୁଛି ନା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.