ବିଧାନସଭାରେ କେଉଁଠି ବସିବେ ଦାମ? ପୁରୁଣା ସିଟରେ ବସି ପାରିବେନି ଦାମୋଦର

ଭୁବନେଶ୍ବର (କେନ୍ୟୁଜ୍) : ବିଜେଡିରୁ ବହିଷ୍କାର ପରେ ବିଧାନସଭାରେ ଏବେ ବିଧାୟକ ଦାମୋଦର ରାଉତ ବସିବେ କେଉଁଠି । ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନିୟମ ମୁତାବକ କୌଣସି ବିଧାୟକ ଦଳ ଛାଡିଲେ ତାଙ୍କ ସଭ୍ୟପଦ ରହିବ ନାହିଁ। କିନ୍ତୁ ତାଙ୍କୁ ଦଳରୁ ବହିଷ୍କାର କଲେ, ତାଙ୍କ ସଭ୍ୟପଦ ରଦ୍ଦ ହେବ ନାହିଁ। ଗୃହରେ ସେ ଅନ୍ ଆଟାଚଡ ମେମ୍ବର ଭାବେ ରହିବେ। ତାଙ୍କ ପାଖରେ ଭୋଟିଂ ଅଧିକାର ରହିଛି।

ଦାମ ବହିଷ୍କାର ହେବା ପୂର୍ବରୁ ସରକାରୀ ଦଳରେ ଥିଲେ। ତେଣୁ ସେ ଟ୍ରେଜରୀ ବେଞ୍ଚରେ ବସୁଥିଲେ। ଏବେ କିନ୍ତୁ ସରକାରୀ ଦଳରେ ନହାନ୍ତି ଦାମୋଦର। କେଉଁଠି ବସିବେ। ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି ଦାମଙ୍କ ପାଇଁ ପୂର୍ବରୁ ଯେଉଁ ସିଟ୍ ଆଲଟ ହୋଇଥିଲା ସେ ସେଠି ଆଉ ବସିପାରିବେ ନାହିଁ । ସେ ବିଜେଡିର ସଭ୍ୟ ନ ଥିବାରୁ ଅଲଗା ସିଟରେ ବସିବା ପାଇଁ ବାଚସ୍ପତିଙ୍କୁ ଚିଠି ଲେଖାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.