ଓଡିଶାରୁ ପଶ୍ଚିମବଙ୍ଗକୁ ଗୋ-ଚାଲାଣ ବେଳେ ଚଢ଼ାଉ: ପୋଲିସ ଭୟରେ ବ୍ରିଜରୁ ଡେଇଁ ଜଣେ ମୃତ

ଜଳେଶ୍ୱର (କେନ୍ୟୁଜ): ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ପୋଲିସର ଚଢ଼ାଉ । ରାଜଘାଟ ନାକା ପଏଣ୍ଟ ନିକଟରୁ ୩ ଟି ଗୋରୁ ବୋଝେଇ କେଣ୍ଟନର ସହିତ ଗୋଟିଏ ପିକଅପ , ଗୋଟିଏ ସ୍କର୍ପିଓ ଏବଂ ୨୦୦ ରୁ ଉର୍ଧ୍ବ ଗୋରୁ ଜବତ କରିଛି ଜଳେଶ୍ବର ପୋଲିସ। ୯ ଜଣ ଗୋରୁ ମାଫିଆ ଥାନାରେ ଅଟକ ଥିବା ବେଳେ ଜଣେ ହେଲପର ଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଦେଇ ଓଡିଶାରୁ ପଶ୍ଚିମବଙ୍ଗକୁ ପ୍ରତେକ ଦିନ ଶହ ଶହ ଗୋରୁ ଚୋରା ଚାଲାଣ ହେଇ ଆସୁଥିଲା ବେଳେ ଗତକାଲି ବିଳମ୍ବିତ ରାତିରେ ୩ ଟି କେଣ୍ଟନର ଓ ଗୋଟିଏ ପିକଅପ ମାଧ୍ୟମରେ ୨୦୦ ରୁ ଉର୍ଦ୍ଧ ଗୋରୁ ବୋଝେଇ ହୋଇ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ବେଳେ ରାଜଘାଟ ନାକା ପଏଣ୍ଟ ନିକଟରେ ଜଳେଶ୍ୱର ପୋଲିସ ଦ୍ୱାରା ଗାଡି ଗୁଡିକୁ ଜବତ କରି ଗୋରୁ ଗୁଡିକୁ ଉଦ୍ଧା ଉଦ୍ଧାର କରା ଯାଇଥିଲା। ୯ ଜଣ ଗୋରୁ ମାଫିଆ ଙ୍କୁ ପୋଲିସ ଅଟକ ରଖିଥିଲା ବେଳେ ଜଣେ ହେଲ୍ପରଙ୍କର ମୃତ୍ୟୁ ଘଟିଛି।

ପୋଲିସ ମୃତ ଦେହକୁ ଜବଦ କରି ବ୍ଯବଛେଦ ପାଇଁ ଜଳେଶ୍ୱର ଜିକେ ଭଟ୍ଟର ହସପିଟାଲ ପଠାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି। ତେବେ ଚଢଉ ଭୟରେ ପୋଲରୁ ଡେଇଁ ଉକ୍ତ ହେଲ୍ପରଙ୍କ ମୃତ୍ୟୁ ହୋଇ ଥିବା କଥା ପୋଲିସ କହୁଥିଲା ବେଳେ ହେଲ୍ପରଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହା ସହ ଜବଦ ହୋଇଥିବା ସ୍କର୍ପିଓ ଗାଡି ରୁ ଲକ୍ଷାଧିକ ଟଙ୍କା ମିଳିଥିବା ସୂଚନା ଦେଇଛନ୍ତି ଜଳେଶ୍ବର ଏସଡିପିଓ ଦିଲ୍ଲୀପ କୁମାର ସାହୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.