ଢେଙ୍କାନାଳ : ଆକଟିଭାରେ ଶୋଇଥିଲା ନାଗ ସାପ, କେମିତି ଉଦ୍ଧାର ହେଲା ଦେଖନ୍ତୁ ଭିଡିଓ

ଢେଙ୍କାନାଳ (କେ ନ୍ୟୁଜ୍‌) : ଦୁଇ ଚକିଆ ଅକଟିଭା ଗାଡ଼ିରେ ଲୁଚି ରହିଥିଲା ବିଷଧର ନାଗସାପ । ଢେଙ୍କାନାଳ ମହିଷାପାଟ ସ୍ଥିତ ରେଙ୍ଗାଳି କଲୋନୀରେ ଏହି ଘଟଣା ଘଟିଛି । ଗାଡ଼ି ଭିତରେ ସାପଟି ପଶି ରହିଥିବା ସେଠାକାର ଜଣେ ବ୍ୟକ୍ତି ଦେଖିବା ପରେ ଗାଡ଼ି ମାଲିକଙ୍କୁ ଡାକିଥିଲେ । ପ୍ରଥମେ ସେ ବିଶ୍ୱାସ କରି ପାରିନଥିଲେ । ତେବେ ସାପଟି ଅଳ୍ପ ଦେଖା ଯାଉଥିବାରୁ ତାକୁ କାଢ଼ିବା ମୁସ୍କିଲ ହୋଇଗଲା ।

SNAKE-2

ତେଣୁ ସେ ଜଣେ ଗ୍ୟାରେଜ୍‌ କର୍ମଚାରୀଙ୍କୁ ଡାକିବା ସହ ସ୍ନେକ୍‌ ହେଲପ୍‌ ଲାଇନ୍‌ ସଦସ୍ୟଙ୍କୁ ସୂଚନା ଦେଇଥିଲେ । ଗ୍ୟାରେଜ୍‌ କର୍ମଚାରୀ ଗାଡ଼ିଟକୁ ସମ୍ପୂର୍ଣ୍ଣ ଖୋଲିବା ପରେ ତା ଭିତରୁ ଏକ ବିରଳ ଧଳା ନାଗସାପକୁ ସ୍ନେକ୍‌ ହେଲ୍‌ପ ଲାଇନ୍‌ ସଦସ୍ୟ ଉଦ୍ଧାର କରିଥିଲେ । ପରେ ସେ ସାପଟିକୁ ଜଙ୍ଗଲରେ ଛାଡ଼ି ଦେଇଛନ୍ତି ।

ଦେଖନ୍ତୁ ଭିଡିଓ….

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.