ଗଜପତି: ମହେନ୍ଦ୍ରଗଡ କୂଆଁପଡା ପୋଲ ଉଡାଇଦେବାକୁ ଲଗିଛି ଧମକ ପୂର୍ଣ୍ଣ ଚିଠି, ଭୟରେ ଅଛନ୍ତି ସ୍ଥାନୀୟ ଲୋକେ

ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ମହେନ୍ଦ୍ରଗଡ ନିକଟସ୍ଥ କୂଆଁପଡା ପୋଲରେ ଲଗାଯାଇଛି ଧମକ ପୂର୍ଣ୍ଣ ଚିଠି। ଏହି ଚିଠିରେ ଲେଖାଯାଇଛି  ଯେ ‘ବ୍ରିଜ୍ ଦେଇ  କେହି ଯାଆନ୍ତୁ  ନାହିଁ, କାହିଁକିନା  ଏହି ବ୍ରିଜଟିକୁ ବ୍ଲାଷ୍ଟିଂ କରାଯିବ’।  ଏଭଳି ଧମକପୂର୍ଣ୍ଣ ଚିଠି କିଏ ଓ କାହିଁକି ଲାଗାଇଛି ଜଣା ପଡିନଥିବା ବେଳେ ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି  ଘଟଣାକୁ ନେଇ ସ୍ଥାନୀୟ ଲୋକେ ନଦୀପଠାକୁ ଯିବା ପାଇଁ ସୂରକ୍ଷିତ ମଣୁନାହାନ୍ତି ।

gajapati2

କିଛି ଚିଠିରେ  ଯୋଗାଯୋଗ ପାଇଁ ଏକ ମୋବାଇଲ ନମ୍ବର ଲେଖାଯାଇଛି ଯାହାକି ବିଦ୍ୟୁତ ବିଭାଗର କନିଷ୍ଠ  ଯନ୍ତ୍ରୀ  ରତିରଞ୍ଜନ ପାତ୍ରଙ୍କର ବୋଲି ଜଣାପଡିଛି। ଏନେଇ ଅଞ୍ଚଳବାସୀ ପୋଲିସକୁ ଜଣାଇଥିଲେ ମଧ୍ୟ ବର୍ତ୍ତମାନ  ପର୍ଯ୍ୟନ୍ତ କୌଣସି ଅଧିକାରୀ ପହଞ୍ଚି ନଥିବା ସୂଚନା ମିଳିଛି । ତେବେ କିଏ ଓ କାହିଁକି ଏଭଳି ଧମକପୂର୍ଣ୍ଣ ଚିଠି ଲଗାଇଲା ତାର  ତଦନ୍ତ ପାଇଁ ସ୍ଥାନୀୟ ଲୋକେ ଦାବି କରଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.