ଏବେ ବିଜେପିରୁ କିଏ ହେବ ବିରୋଧୀ ଦଳ ନେତା? ଆରମ୍ଭ ହୋଇଛି ଅଙ୍କ କଷା

ଭୁବନେଶ୍ବର(କେନ୍ୟୁଜ୍): କିଏ ହେବେ ବିଧାନସଭାର ବିରୋଧୀ ଦଳ ନେତା । ବିଜେପିର ୨୩ ବିଧାୟକ ବିଜୟୀ ହୋଇଛନ୍ତି । ୯ରେ ସୀମିତ ରହିଛି କଂଗ୍ରେସ । ଏବେ ବିଜେପିରୁ କିଏ ହେବ ବିରୋଧୀ ଦଳ ନେତା, ତାକୁ ନେଇ ଅଙ୍କ କଷା ଆରମ୍ଭ ହୋଇଛି। ୨୩ ବିଜୟୀ ପ୍ରାର୍ଥଙ୍କ ମଧ୍ୟରୁ ଆଗରେ ଅଛନ୍ତି ଜୟନାରାୟଣ ମିଶ୍ର । ସେ ଚତୁର୍ଥ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ମନ୍ତ୍ରୀ ମଧ୍ୟ ଥିଲେ। ତେଣୁ ବରିଷ୍ଠତା ଏବଂ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ମିଳିପାରେ ଏହି ପଦ ।

ଏହାସହ ପ୍ରଦୀପ୍ତ ନାୟକଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଛିା ପ୍ରଦୀପ୍ତ ନାୟକ ମଧ୍ୟ ଚତୁର୍ଥ ଥର ବିଜୟ ହୋଇଛନ୍ତି। ପୂର୍ବରୁ ମଧ୍ୟ ମନ୍ତ୍ରୀଥିଲେ। ଏହାଛଡା ମୋହନ ମାଝି ଏବଂ ବିଷ୍ଣୁ ସେଠୀଙ୍କ ନାଁ ବିରୋଧୀ ଦଳ ମୁଖ୍ୟ ସଚେତକ ହେବା ନେଇ ଚର୍ଚ୍ଚା ହେଉଛି । ମୋହନ ମାଝୀ ତୃତୀୟ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ବିଷ୍ଣୁ ସେଠୀ ଦ୍ୱିତୀୟ ଥର ବିଧାୟକ ହେବାକୁ ଯାଉଛନ୍ତି। ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରଠାରୁ ୨୦୦୯ ଓ ୨୦୧୪ରେ ବିରୋଧୀ ଦଳ ନେତା ଥିଲେ କଂଗ୍ରେସରୁ । ୨୦୧୪ରୁ ବିରୋଧୀ ଦଳ ନେତା ଥିଲେ ନରସିଂହ ମିଶ୍ର। ଏଥର କଂଗ୍ରେସରୁ ମାତ୍ର ୯ଜଣ ବିଜୟୀ ହୋଇଥିବାରୁ ଏହି ପଦ ବିଜେପିକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.